ନିଶ୍ଚିତକୋଇଲି ନଇଁଗୁଅଁ ଦାଉଦପୁର ସରକାରୀ ସ୍କୁଲରେ ଅବ୍ୟବସ୍ଥା । ବିଦ୍ୟାଳୟରେ ଅଛି ସ୍ମାର୍ଟ ଶ୍ରେଣୀ ଗୃହ, ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ

123

କନକ ବ୍ୟୁରୋ : ବିଦ୍ୟାଳୟ ଅଛି । ହେଲେ ମିଳିପାରୁନି ସଠିକ୍ ଶିକ୍ଷାଦାନ । ୩ଟି ଶ୍ରେଣୀରେ ୧୭୦ ପିଲା ପାଠ ପଢୁଛନ୍ତି ହେଲେ ବିଦ୍ୟାଳୟରେ ନାହାନ୍ତି ଶିକ୍ଷକ । ୧୨ ଜଣ ଶିକ୍ଷକ ଥିଲେ ହେଲେ ଜଣକ ପରେ ଜଣେ ଅବସର ନେଇ ସାରିଲେଣି । ତାପରେ ବି କୌଣସି ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି । ସ୍କୁଲରେ ସଂସ୍କୃତରୁ ନେଇ ଇଂରାଜୀ ଓ ସାହିତ୍ୟ ଆଦି ସମସ୍ତ ବିଷୟର ଶିକ୍ଷକ ଅଭାବ ରହିଛନ୍ତି । ଆଉ କିଛି ଦିନ ପରେ ମାଟ୍ରିକ ପରୀକ୍ଷା । ପିଲାଙ୍କ ପଢା ବି ଶେଷ ହୋଇନି କି ପିଲ।।ମାନେ ପଢା ବିଷୟର କିଛି ଜାଣିନାହାନ୍ତି । ଶିକ୍ଷକ ଅଭାବରୁ ପିଲାମାନେ କୌଣସି ପାଠ ପଢି ପାରୁନଥିବାରୁ ବାରମ୍ବାର ଅଭିଯାଗ କରିଛନ୍ତି । ହେଲେ ଶିକ୍ଷକ ନିଯୁକ୍ତି ତ ଦୂର କଥା ବିଦ୍ୟାଳୟର କୌଣସି ସମସ୍ୟାର ସମାଧାନ ହୋଇପାରୁନି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।

ବିଦ୍ୟାୟର ସ୍କାର୍ଟ କ୍ଲାସରୁମ୍ । ପରିବେଶ ମଧ୍ୟ ଭଲ । ହେଲେ କିଛି କର୍ମଚାରୀଙ୍କଠାରୁ ନେଇ ଶିକ୍ଷକ ଅଭାବ ଯୋଗୁ ଅସନ୍ତୋଷ ବଢିଚାଲିଛି । ଯେଉଁ ଅତିଥି ଶିକ୍ଷକ ରହିଛନ୍ତି ତାଙ୍କ ଶିକ୍ଷା ସମୁଦ୍ରକୁ ଶଙ୍ଖେ ଭଳି । ପ୍ରଧାନ ଶିକ୍ଷକ ମଧ୍ୟ ତାଙ୍କ କାମ ସହିତ ପାଠ ପଢାରୁ ନେଇ କିରାଣୀ ନଥିବାରୁ ସହି କାମ ବି ତୁଲାଉଛନ୍ତି । ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଏପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇନି । ଖୁବଶିଘ୍ର ସମଧାନ ନ କରିଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦିଆଯାଇଛି ।

ବିଦ୍ୟାଳୟ ସମସ୍ୟା ପ୍ରତି ଜିଲ୍ଲା ଶିକ୍ଷାଧିକାରୀଙ୍କ ମଧ୍ୟ ଗୁରୁତ୍ୱ ନାହିଁ । ଏଥିପ୍ରତି ଖୁବଶୀଘ ଗୁରୁତ୍ୱ ଦିଆଯାଇ ଶିକ୍ଷକ ନିଯୁକ୍ତ କରିବାକୁ ଦାବି ହୋଇଛି । ନଚେତ୍ ଆଗକୁ ଆନ୍ଦୋଳନର ଚେତବାନୀ ଦେଇଛନ୍ତି ଅଭିଭାବକ ।