ଗ୍ରୀନ୍ ଟି ପିଇବାର ପ୍ରକୃତ ସମୟ ଜାଣିଛନ୍ତି କି ? ନଚେତ୍ ହୋଇପାରେ ଏହି ସମସ୍ୟା

91

ସମସ୍ତେ ଜାଣିଛନ୍ତି ଗ୍ରୀନ୍ ଟି ପିଇବାର ବହୁତ ଫାଇଦା ଅଛି । ଗ୍ରୀନ୍ ଟି ର ସେବନ ଦ୍ୱାରା ଆମ ଶରୀର ଫିଟ୍ ରହେ । କାହିଁକିନା ଗ୍ରୀନ ଟି ଆଣ୍ଟିଅକ୍ସିଡାଣ୍ଟ ମିଳେ । ଏହି ଆଣ୍ଟିଅକ୍ସିଡାଣ୍ଟଆମ ଶରୀରର ମୋଟାପଣ ଦୂର କରିବାରେ ସହାୟତା କରେ । କିନ୍ତୁ ଲୋକ ଶୀଘ୍ର ପତଳା ହେବା ଇଚ୍ଛାରେ ଦିନକୁ ଅନେକ ଥର ଗ୍ରୀନ୍ ଟି ପିଅନ୍ତି । ସେମାନେ ଭାବନ୍ତି କି ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ସେମାନେ ଶୀଘ୍ର ପତଳା ହୋଇଯିବେ । କିନ୍ତୁ ଏମିତି ହୁଏନି । ଆମେ ଦିନକୁ ଅଧିକ ଥର ଗ୍ରୀନ୍ ଟି ପିଇଲେ ଆମ ଶରୀରରେ ଆଇରନ୍ କମିଯିବ । ଯଦ୍ୱାରା ପେଟ ସମସ୍ୟା ଦେଖାଦେବ । ଏଥିପାଇଁ ଗ୍ରୀନ୍ ଟି ସଠିକ୍ ସମୟ ରହିବା ଜରୁରୀ ।

ସଠିକ୍ ସମୟ : ସୁସ୍ଥ ଶରୀର ପାଇଁ ଗ୍ରୀନ୍ ଟି ପିଇବା ବହୁତ ଜରୁରୀ । ଗ୍ରୀନ୍ ଟି ସବୁବେଳେ ଭୋଜନ କରିବାର ୧ ବା ୨ ଘଣ୍ଟା ପୂର୍ବରୁ ହିଁ ପିଅନ୍ତୁ । ଖାଲି ପେଟରେ ଗ୍ରୀନ୍ ଟି ପିଇବା ଦ୍ୱାରା ମୋଟାପଣ କମେ । କିନ୍ତୁ ଏହାର କୁପ୍ରଭାବ ବି ଅଛି ଯଦି ଏହାକୁ ଖାଲି ପେଟରେ ପିଉଛନ୍ତି । କାହିଁକିନା ଗ୍ରୀନ୍ ଟି ରେ କୈଫିନ ଥାଏ । ଏବଂ ଏହା ଆମ ଅନ୍ତନଳୀରେ ସମସ୍ୟା ସୃଷ୍ଟି କରେ ।

କିଛି ଲୋକ ଗ୍ରୀନ୍ ଟି କୁ ସାଧାରଣ ଚା ଭଳି ପିଅନ୍ତି । ଏଥିରେ ଲୋକ କ୍ଷୀର, ଚିନି ଆଦି ଦେଇ ଗ୍ରୀନ୍ ଟି ପ୍ରସ୍ତୁତ କରନ୍ତି । କିନ୍ତୁ ଏପରି ପିଇଲେ ଆପଣଙ୍କ ମୋଟାପଣ କେବେ ବି କମ୍ ହେବନି । କାହିଁକିନା ଗ୍ରୀନ୍ ଟି କୁ ତିଆରି କରିବା ପାଇଁ ସବୁବେଳେ ଗରମ ପାଣି ବ୍ୟବହାର କରିବା ଉଚିତ୍ ।