ଚାଷୀଙ୍କ ଗୋଡକୁ କାମୁଡି ଫସିଗଲା ସାପ ! ଜାଣନ୍ତୁ ତା’ପରେ କଣ ହେଲା ।

105
ସାଧାରଣତଃ ସାପ ନାଁ ଶୁଣିଲେ ଆମ ମନରେ ଭୟ ସୃଷ୍ଟି ହୋଇଥାଏ । ତେବେ ଯଦି ସାପ କାମୁଡିବା ପରେ କେହି ତାକୁ ଗୋଡରେ ଗୋଡେଇ ହସ୍ପିଟାଲ ପର୍ଯ୍ୟନ୍ତ ଚାଲିଯାଏ, ତେବେ ଆପଣ କଣ କହିବେ । ଏମିତି ଏକ ଘଟଣା ବିହାରର ମଧେପୁରାରେ ଦେଖିବାକୁ ମିଳିଛି । ଏ ସମ୍ବନ୍ଧୀୟ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ସାପୁଆ କେଳା ସାପକୁ ଧରି ଖେଳାଉଥିବା ଦୃଶ୍ୟ ଆପଣ ଅନେକ ଥର ଦେଖିଛନ୍ତି କିନ୍ତୁ ଏଠାରେ ଏକ ଅଲଗା ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି । ସାପଟି ଜଣେ ଚାଷୀଙ୍କ ଗୋଡକୁ କାମୁଡିବା ପରେ ତାଙ୍କ ଗୋଡରେ ହିଁ ଫସିଯାଇଥିଲା । ଚାଷୀ ଜଣଙ୍କ ହସ୍ପିଟାଲରେ ପହଞ୍ଚିବା ପର୍ଯ୍ୟନ୍ତ ଏପରିକି ନିଜ ଚିକିତ୍ସା କରାଇବା ପର୍ଯ୍ୟନ୍ତ ସାପଟି ଗୋଡରେ ଫସି ରହିଥିଲା ।
ଡାକ୍ତରଙ୍କ କହିବା ଅନୁଯାୟୀ, ଚାଷୀଙ୍କ ଚମଡା ଏବଂ ମାଂସରେ ସାପର ଦାନ୍ତ ଫସିଯାଇଥିଲା । ବହୁତ ଚେଷ୍ଟା କରିବା ପରେ ମଧ୍ୟ ସାପଟି ବାହାରି ପାରିନଥିଲା । ପରେ ସାପଟି ଭୟଭୀତ ହୋଇ ଚାଷୀଙ୍କ ଗୋଡରେ ହିଁ ଗୋଡେଇ ଯାଇଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଲୋକଙ୍କ ଭିଡ ଜମିଥିଲା ଏବଂ ସାପକୁ ବାହାର କରାଯିବା ନେଇ ପ୍ରୟାସ ମଧ୍ୟ କରାଯାଇଥିଲା । ତେବେ ହସ୍ପିଟାଲରେ ସାପଟିକୁ ବ୍ୟକ୍ତିଙ୍କ ଗୋଡରୁ ବାହାର କରାଯାଇଥିଲା । ବିଷହୀନ ହୋଇଥିବା କାରଣରୁ ଚାଷୀଙ୍କ ଦେହରେ ସାପ କାମୁଡାର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା । ସାପଟିକୁ ଗୋଡରୁ ବାହାର କରାଯିବା ପରେ ସେ ଜୀବିତ ଥିଲା ଏହା ପରେ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଘଟଣାଟି ବିହାରିଗଞ୍ଜ ଥାନା ଅନ୍ତର୍ଗତ ହାତୀୟୋଦ୍ଧା ୱାର୍ଡ ନମ୍ବର୧୨ର ଅଟେ । ଆଜି ସକାଳେ ଜଣେ ଚାଷୀ ତାଙ୍କ କ୍ଷେତରେ କାମ କରୁଥିବା ସମୟରେ ତାଙ୍କ ଗୋଡରେ ଏକ ସାପ କାମୁଡିଥିଲା । ତେବେ ଚାଷୀଜଣଙ୍କ ଭୟଭୀତ ନହୋଇ ହସ୍ପିଟାଲରେ ପହଞ୍ଚିଥିଲେ ।