ପୁଲିସ ହାବୁଡ଼ରେ ରାଜଧାନୀର ଠକ ଯୋଡ଼ି: ଓଏଲଏକ୍ସରେ କାର ବିକିବାକୁ ବିଜ୍ଞାପନ ଦେଇ ଲୋକଙ୍କୁ ଲଗାଉଥିଲେ ଚୁନା

131

କନକ ବ୍ୟୁରୋ: ଧରାପଡ଼ିଲେ ରାଜଧାନୀରେ ବଂଟି ଅର ବବଲି ଗ୍ୟାଙ୍ଗ । ଏହି ଚୋର ଗ୍ୟାଙ୍ଗକୁ କାବୁ କରିବା ସହ ପୋଲିସରେ ଜିମା ନେଇଛନ୍ତି ଲୋକେ । କାର ବିକ୍ରି ପାଇଁ ବିଜ୍ଞାପନ ଦେଇ ଲୋକଙ୍କଠାରୁ ଟଙ୍କା ଠକି ନେଉଥିଲେ ଏହି ଦୁଇ ଅଭିଯୁକ୍ତ । ଗୋଟିଏ ଗାଡ଼ିକୁ ବିକ୍ରି କରିବା ପାଇଁ ଏକାଧିକ ଲୋକଙ୍କଠାରୁ ଅଗ୍ରିମ ଟଙ୍କା ନେବା ସହ ଆଉ ଧରାଛୁଆଁ ଦେଉ ନଥିଲେ । ଆଡଭାନ୍ସ ଟଙ୍କାରେ କରୁଥିଲେ ଅଏସ ଆରମ । ବାହାରେ ବୁଲୁଥିଲେ ଏବଂ ଖୋଜୁଥିଲେ ନୂଆ ଶିକାର । ଠକାମିର ଶିକାର ହେବା ପରେ ଏହି ଠକ ଯୋଡ଼ିକୁ ଧରିବାକୁ ଯୋଜନା କରିଥିଲେ ଲୋକ । ଶେଷରେ ଏହି ଯୋଡ଼ିକୁ କାବୁ କରିବା ସହ ଭୁବନେଶ୍ୱର ବଡ଼ଗଡ଼ ପୋଲିସକୁ ଜିମା ଦେଇଛନ୍ତି ।