ବିଏମସିର ମନମୁଖୀ କାର୍ଯ୍ୟ ବିରୋଧ । ଟାୟାର ଜାଳି ରାସ୍ତାରୋକ କଲେ ଭିଏସଏସ ନଗର ବାସିନ୍ଦା ।

96

କନକ ବ୍ୟୁରୋ: ବିଏମସି ଅଧିକାରୀ ମନମୁଖୀ କାର୍ଯ୍ୟ ବିରୋଧରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ । ଭୁବନେଶ୍ୱରର ଭିଏସଏସ ନଗର ବାସିନ୍ଦା ରାସ୍ତାରୋକ କରିଛନ୍ତି । ସୂଚନା ଅନୁସାରେ ଭୁବନେଶ୍ୱର ୧୧ନଂବର ୱାର୍ଡର ଦୁଇଟି ଦୋକାନକୁ ବିଏମସି ଅଧିକାରୀ ଆକ୍ରୋଶମୂଳକ ଭାବେ ବନ୍ଦ କରିଥିବା ଅଭିଯୋଗରେ ଲୋକ ତାତିଛନ୍ତି । ସାନିଟାରୀ ଇନ୍ସପେକ୍ଟର ପୌମେନ୍ଦ୍ର ପ୍ରଧାନ ଅଳିଆ ପଡିଥିବା ଦର୍ଶାଇ ଦୁଇଟି ଦୋକାନକୁ ବନ୍ଦ କରିଦେଇଛନ୍ତି । କୌଣସି କାରଣ ନଥାଇ ଆକ୍ରୋଶମୂଳକ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।