ସ୍ୱିଡେନ ଗଲା ଗେହ୍ଲା ପୁଅ । ଗୌଡ଼ଗୁଡ଼ା ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନ ଦମ୍ପତ୍ତି ।

277

କନକ ବ୍ୟୁରୋ: ସ୍ୱିଡେନ ଗଲା ଗେହ୍ଲା ପୁଅ ରାଜେନ୍ଦ୍ର । କୋରାପୁଟ ଜିଲ୍ଲା ଗୌଡ଼ଗୁଡ଼ାସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନ ର ଗେହ୍ଲା ପୁଅ ରାଜେନ୍ଦ୍ର ଆଜି ସ୍ୱିଡେନ ଯାଇଛି । ତାକୁ ସ୍ୱିଡେନର ଏକ ପରିବାର ପୋଷ୍ୟ ସନ୍ତାନ ଭୋବେ ଗ୍ରହଣ କରିଛି । ତାଙ୍କୁ ବିଦାୟ ଦେବାବେଳେ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ କେୟାରଟେକର କର୍ମଚାରୀ ଓ ଅନ୍ୟମାନେ ଭାବବିହ୍ୱଳ ହୋଇ ଯାଇଥିଲେ ।

ତିନି ବର୍ଷର ରାଜେନ୍ଦ୍ର ଏହିଠାରେ ରହୁଥିଲେ । ରାଜେନ୍ଦ୍ର ଦୂରକୁ ଯାଉଥିବାରୁ କଷ୍ଟଦାୟକ, ତଥାପି ତାର ଉଜ୍ଜଳ ଭବିଷ୍ୟତ ପାଇଁ ଏହା ଜରୁରୀ ବୋଲି ଅନ୍ତେବାସୀ କହିଛନ୍ତି । ଆଜି କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ବେଣୁଧର ଶବରଙ୍କ ଉପସ୍ଥିତିରେ ଏହି ପୋଷ୍ୟସନ୍ତାନ ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ସ୍ୱିଡେଡର ବାସିନ୍ଦା କ୍ଲିଫର୍ଡ ଲୁକ୍ ଥୋମାସ ଏବଂ ଚେରିଲ୍କେ ଥୋମାସ ରାଜେନ୍ଦ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଉଭୟଙ୍କର ପୂର୍ବରୁ ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ତେବେ ଏକ ବଡ଼ ପରିବାରର ସ୍ୱପ୍ନ ନେଇ ରାଜେନ୍ଦ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ସ୍ୱୀଡେନ ଦମ୍ପତ୍ତି ।