ଫୋକସରେ ନୂଆ ଭୋଟର ଓ ଛାତ୍ରଛାତ୍ରୀ । ସୋସିଆଲ୍ ମିଡିଆ ପାଲଟିବ ପ୍ରମୁଖ ଅସ୍ତ୍ର

91

କନକ ବ୍ୟୁରୋ: ନୂଆ ଭୋଟର ସହ ଛାତ୍ରଛାତ୍ରୀଙ୍କ ଉପରେ ସବୁ ରାଜନୈତିକ ଦଳର ଆଖି । ସେମାନଙ୍କୁ ନିଜ ଆଡକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏଥିପାଇଁ ବିଜୁଛାତ୍ର ଜନତା ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାଜ୍ୟ ସରକାରଙ୍କ ନୂଆ-ଓ ଏବଂ ସ୍କଲାରସିପ ଭଳି କାର୍ଯ୍ୟକ୍ରମକୁ ଅସ୍ତ୍ର କରି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଯୋଜନା ଆରମ୍ଭ ହୋଇଯାଇଛି । ସରକାରୀ କାଯ୍ୟକ୍ରମକୁ ତୃଣମୁଳସ୍ତରରେ ପହଁଚାଇବା ସହ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହି ର୍ନିବାଚନ ପ୍ରଚାରକୁ ତ୍ୱରାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀରଞ୍ଜନ ତ୍ରିପାଠୀ ।

ଅନ୍ୟପଟେ ନିଜ ନିଜ ଛାତ୍ର ସଙ୍ଗଠନକୁ ସଜାଗ କରାଉଛି କଂଗ୍ରେସ ଓ ବିଜେପି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ପ୍ରଭାବ ଛାତ୍ର ସମାଜ ଉପରେ ପଡିଛି ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି । କଂଗ୍ରେସ ହିଁ ଛାତ୍ରମାନଙ୍କୁ ସେମାନଙ୍କ ହକ୍ ଦେଇପାରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ଏପଟେ ଏଭିବିପି ମଧ୍ୟ ପଛରେ ପଡିନାହିଁ । ଛାତ୍ର ସମାଜକୁ ସଚେତନ କରାଇବା ସହ ଏଥର ବିଜେପି ସପକ୍ଷରେ ନୂଆ ଭୋଟର ରହିବେ ବୋଲି ଯୁକ୍ତି ବାଢ଼ିଛନ୍ତି ଏବିଭିପି ନେତା ।

ତେବେ ଏଥର ପ୍ରାୟ ୮ ଲକ୍ଷ ନୂଆ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରିବେ । ସେମାନେ ଭୋଟ କେଉଁ ଆଡକୁ ଯିବ, ତା ଉପରେ ରହିଛି ସମସ୍ତଙ୍କ ନଜର ।