ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲେ ଜଗତସିଂହପୁର ବଡ ଗାଁର ୧୪ ବର୍ଷୀୟ ଶୁଭସ୍ମିତା

1,350

କନକ ବ୍ୟୁରୋ : ବେଙ୍ଗାଲୁରୁରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା । ଜଗତସିଂହପୁର ବଡ଼ବାଗ ଗାଁର ଶୁଭସ୍ମିତା ବେହେରାଙ୍କୁ ହତ୍ୟା କରାଯାଇଛି । ଗତକାଲି ସକାଳୁ ରାସ୍ତା କଡ଼ରୁ ନାବାଳିକାଙ୍କ ମୃତଦେହ ମିଳିଥିଲା । ରାଜନାକୁଂଟେ ଥାନା ପକ୍ଷରୁ ଏଦିଗରେ ତନାଘନା କରାଯାଇ ତିନି ଜଣ ସଂଦିଗ୍ଧଙ୍କୁ ଅଟକ ରଖାଯାଇଛି । ମୃତ୍ୟୁ ଖବର ଜଣାପଡ଼ିବା ପରେ ବଡ଼ବାଘ ଗାଁରେ ଶୋକର ଛାୟା ଖେଳିଯାଇଛି । ଶୁଭସ୍ମିତା ମା’ ସସ୍ମିତାଙ୍କ ସହ କିଛି ମାସ ତଳେ ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ଶ୍ରମଜୀବୀ ଭାବେ କାମ କରି ଏକ ଭଡ଼ା ଘରେ ରହୁଥିଲେ । ଶୁକ୍ରବାର ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ । ଭୋର ସମୟରେ ଶୁଭସ୍ମିତା ଘରେ ନଥିବା ଦେଖି ମା’ ସସ୍ମିତା ଆଖପାଖରେ ଖୋଜିଥିଲେ । ଘର ଠାରୁ କିଛି ଦୂରରେ ଶୁଭସ୍ମିତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ । ପୋଲିସ ଏବେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।