ଲୋୟର ପିଏମଜିରେ ପୁଣି ଗର୍ଜିବେ ଶିକ୍ଷକ: ୩ଦଫା ଦାବିରେ ଜାନୁଆରୀ ୨୯ରୁ ଆନ୍ଦୋଳନ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଚେତାବନୀ

123

କନକ ବ୍ୟୁରୋ: ପୁଣି ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ ସଂଘ । ତିନି ଦଫା ଦାବି ନେଇ ଆସନ୍ତା ୨୯ ତାରିଖରୁ ସଂଘ ଆନ୍ଦୋଳନ କରିବ । ଲୋୟର ପିଏମ୍ଜିରେ ଏକାଠି ହେବେ ଲକ୍ଷାଧିକ ଶିକ୍ଷକ । ସଂଘ କହିଛି, ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲା । ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ । ଜାନୁଆରୀ ୨୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ସଂଘ ଆନ୍ଦୋଳନ କରିବ ବୋଲି କହିଛି । ସଂଘ ଦାବି କରିଛି, ଠିକା କର୍ମଚାରୀଙ୍କୁ ୬ ବର୍ଷର ଇନ୍କ୍ରିମେଂଟ ଦେଇ ମୂଳ ଚାକିରିରେ ଗଣନା କରାଯାଉ । ସମାନ କାମକୁ ସମାନ ଦରମା ମିଳୁ । ଏହା ସହ ନୂତନ ପେନ୍ସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ଲାଗୁ କରିବାକୁ ଦାବି କରିଛି ପ୍ରାଥମିକ ଶିକ୍ଷକ ସଂଘ ।