ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ । ମୁଣ୍ଡରେ ବନ୍ଧୁକ ଲଗାଇ ୨୫ ଲକ୍ଷର ଗହଣା ଲୁଟ୍ ।

218

କନକ ବ୍ୟୁରୋ: ପୁରୀ ଜିଲ୍ଲା ଡେଲାଙ୍ଗ ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ । ସୁନା ଦୋକାନୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ୨୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ । ଡେଲାଙ୍ଗ ଥାନା ଠାରୁ ଅଳ୍ପ ଦୂରରେ ବଡ ଧରଣ ଡକାୟତି କରି ଫେରାର ହୋଇଗଲେ ଦୁର୍ବୃତ୍ତ । ଗତକାଲି ରାତିରେ ଡେଲାଙ୍ଗ ବଜାର ନିକଟ ଅଳଙ୍କାର ଦୋକାନୀ ପ୍ରଶାନ୍ତ ମହାପାତ୍ର ଦୋକାନ ବନ୍ଦ କରି ଘରକୁ ଯିବା ବେଳେ ଡକାୟତି ହୋଇଛି । ଦୋକାନ ବନ୍ଦକରି ଏକ ବ୍ୟାଗରେ ସୁନା ରୂପା ଅଳଙ୍କାର ଧରି ଯିବା ବେଳେ ବାଟରେ ଅଟକାଇଥିଲେ ୪ରୁ ୫ ଜଣ ଡକାୟତ । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଅଳଙ୍କାର ବ୍ୟାଗ ଛଡାଇ ଫେରାର ହୋଇଯାଇଛନ୍ତି । ମୋଟ ୨୭୦ ଗ୍ରାମ ସୁନା ଅଳଙ୍କାର ଓ ୬ କେଜି ରୁପା ଅଳଙ୍କାର ଲୁଟ ହୋଇଛି । ଯାହାର ଅନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଦୋକାନୀ କହିଛନ୍ତି ।