କ୍ଲିନିକରେ ଝୁଲି ପଡ଼ିଲେ ଯୁବତୀ । ‘ମୃତ୍ୟୁକୁ ଅପେକ୍ଷା’ ଲେଖି ହ୍ୱାଟ୍ସଆପରେ ରଖିଥିିଲେ ଷ୍ଟାଟସ୍ ।

771

କନକ ବ୍ୟୁରୋ: ମୋବାଇଲରେ ଷ୍ଟାଟସ୍ ଦେଇ ସୁଇସାଇଡ୍ । ବେକରେ ଓଢଣୀ ଲଗାଇ ଝୁଲିପଡ଼ିଲେ ଯୁବତୀ । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଏକ କ୍ଲିନିକରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣଙ୍କ ସେହି କ୍ଲିନିକରେ କାମ କରୁଥିଲେ । ଗତକାଲି ରାତିରେ ସେ ଆତ୍ମହତ୍ୟା କରିଛନ୍ତି । ଏହା ପୂର୍ବରୁ ସେ ହ୍ୱାଟ୍ସଆପରେ ଏକ ଷ୍ଟାଟସ୍ ଛାଡିଥିଲେ । ଯେଉଁଥିରେ ଲେଖାଥିଲା ‘ଆଇ ଆମ୍ ୱେଟିଂ ଫୋର୍ ମାଇଁ ଡେଥ୍’ । ଏହାର କିଛି ସମୟ ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ପ୍ରେମ ବ୍ୟାପାରକୁ ନେଇ ସେ ଆତ୍ମହତ୍ୟା କରୁଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । କ୍ଲିନିକରେ କିଛି କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରୁଛି ।