ମହାନଦୀ ଭିତରେ ଫସିଗଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ବାହାକୁଦରୁ ପାରାଦୀପ ଯିବା ବେଳେ ଇଞ୍ଜିନ୍ ଖରାପ ଯୋଗୁଁ ଫସି ରହିଲା ୨ ଡ଼ଙ୍ଗା ।

174

କନକ ବ୍ୟୁରୋ: ମହାନଦୀରେ ଫସିଗଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବାହାକୂଦ ମୂଷାଡ଼ିଆ ଫେରିଘାଟର ୨ଟି ଡଙ୍ଗା ଆଜି ଭୋରରୁ ମହାନଦୀରେ ଫସିରହିଥିଲା । ଶହେରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାକୂଦ ପଟୁ ପାରାଦୀପ ଅଭିମୁଖେ ଯାଉଥିବା ୨ଟି ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଅଚଳ ହୋଇଯାଇଥିଲା । ମହାନଦୀ ମଝିରେ ପ୍ରାୟ ୩ଘଣ୍ଟା ଧରି ଡଙ୍ଗା ଦୁଇଟି ଅଟକି ରହିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।