କୋଟି କୋଟି ଟଙ୍କାର ଠକେଇ! ଦିଲ୍ଲୀର ସିମକାର୍ଡ ଭୁବନେଶ୍ୱରରୁ ଡିଲ! ଭୁବନେଶ୍ୱରରୁ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ

527

କନକ ବ୍ୟୁରୋ: ସାଇବର ଫ୍ରଡ ମାଷ୍ଟର ସୌରଭ ଦେହୁରିଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ । ଟେଲିକମ୍ କଂପାନୀର ଡାଟା ବେସ୍ ହ୍ୟାକ୍ କରି ହାତାଉଥିଲା ହାଇ ପ୍ରୋଫାଇଲ୍ ଲୋକଙ୍କ ନମ୍ବର । ଦିଲ୍ଲୀର ସିମକାର୍ଡରେ ଭୁବନେଶ୍ୱରରୁ କରୁଥିଲା ଡିଲ୍ । ଲୁଟୁଥିଲା କୋଟି କୋଟି ଟଙ୍କା ।

ଯୁବକଙ୍କ ମୁହଁ ଘୋଡାଇ ଠେଲି ଠେଲି ପିସିଆର ଭ୍ୟାନ ଭିତରେ ବସାଇ ନେଉଛି ପୁଲିସ । ଏହି ବ୍ୟକ୍ତି ଜଣକ ଏତେ ସାତିର ଯେ, ଦିଲ୍ଲୀ ପୁଲିସର ନିଦ ହଜାଇ ଦେଇଥିଲେ । ଯୁବକଙ୍କ ଜଘନ୍ୟ କାଣ୍ଡ ପାଇଁ ତାଙ୍କୁ ଅଟୋରେ ପିଛା କରୁଥିଲା ଦିଲ୍ଲୀ ପୁଲିସ । ଦିଲ୍ଲୀ ସ୍ପେସାଲ ସାଇବର ୟୁନିଟ ନାକରେ ପାଣି ପିିବା ପରେ, ଶେଷରେ ସମ୍ବଲପୁରର ଏହି ଯୁବକ ସୌରଭ ଦେହୁରିକୁ ଭୁବନେଶ୍ୱରରୁ ଉଠାଇ ନେଇଛି । ଏ ଏଭଳି କାଣ୍ଡ ଘଟାଇଛନ୍ତି ଯେ, ଯାହା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ଦିଲ୍ଲୀ ପୁଲିସର ସୂଚନା ମୁତାବକ ସୌରଭ ଦିଲ୍ଲୀର ସିମକାର୍ଡକୁ ବ୍ୟବହାର କରି ଭୁବନେଶଷ୍ୱରରୁ ଅପରେଟ କରୁଥିଲା । ଦିଲ୍ଲୀର କିଛି ହାଇ ପ୍ରୋଫାଇଲ ବ୍ୟକ୍ତି ବିଶେଷଙ୍କ ନମ୍ବରକୁ ହ୍ୟାକ କରି ସେହି ନମ୍ବରରେ କଥା ହେଉଥିଲା । ଏକତ ଟେଲିକମ କମ୍ପାନୀର ଡାଟା ବେସକୁ ହ୍ୟାକ କରି ସାରିବା ପରେ, ଶିଳ୍ପପତି ଏବ ବ୍ୟାବସାୟୀଙ୍କ ତାଲିକା ପ୍ରସ୍ତୁତ କରିଥିଲା । ଜଣକ ପରେ ଜଣକୁ ଟାର୍ଗେଟ କରି ତାଙ୍କ ଠାରୁ ଟଙ୍କା ଲୁଟିଥିବା କଥା କୁହାଯାଉଛି । ଯୁବକଙ୍କ ଏହି କାରନାମା ଶୁଣି ଆପାର୍ଟମେଂଟବାସୀ ବି ତାଜୁବ ।

ଅନ୍ୟପଟେ ସୌରଭକୁ ଦିଲ୍ଲୀ ପୁଲିସ ଉଠାଇ ନେଲା ବେଳେ, ଦେଖିବାକୁ ମିଳିଥିଲା ହାଇଡ୍ରାମା । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧିନ ରାମା ଭ୍ରାମା ଆପାର୍ଟମେଂଟର ଫ୍ଲାଟ ନମ୍ବର ୨୦୩କୁ ନେଇ ଚାରିଆଡେ ଚର୍ଚ୍ଚା । ସେମାନଙ୍କର ଥାଟଭାଟ, ଆଉ ଚାଲି ଚଳଣୀ ଦେଖି ପଡୋଶୀ ବି ତାଜୁବ । ଫ୍ଲାଟ ଭିତରେ ଆଲିଶାନ ଜୀବନ ଯାପନ କୌଣସି ରାଜକିୟ ପରିବାର ଠାରୁ କୈାଣସି ଗୁଣରେ କମ ନଥିଲା । ତେବେ ଦିର୍ଘଦିନ ଧରି ଯୁବକ ମାନଙ୍କର ଏହି ରାଜକିୟ ଠାଣି ଦେଖି ବି ଚୁପ ରହୁଥିଲେ ପଡୋଶୀ । ପଡୋଶୀଙ୍କ କହିବା କଥା ହେଉଛି ଘର ଭିତରେ ଷ୍ଟୁଡିଓ, ଇଟେରିୟର ପାଇଁ କୋଟି କୋଟି ଟଙ୍କାର ଖର୍ଚ୍ଚ ହୋଇଛି । ଏହି ଘରେ ରହୁଥିବା ଯୁବକ ମାନେ କେବେ ବି କବାଟ ଖୋଲନ୍ତି ନାହିଁ । କେବଳ କୋର୍ଡ ୱାର୍ଡ କହିଲେ କାବଟ ଖୋଲେ । ଅର୍ଥାତ କୋର୍ଡ ୱାର୍ଡ ଜାଣିଥିବା ଯୁବକ ଯୁବତୀମାନେ ହିଁ ଏହି ଘର ଭିତରକୁ ଅବାଧରେ ପ୍ରବେଶ କରନ୍ତି । ରାଜଧାନୀରେ ଏହି ଆପାର୍ଟମେଂଟ ଗୁଡିକରେ ଏବେ କଣ ସବୁ ଚାଲିଛି ତାକୁ ନେଇ ଆତଙ୍କିତ ଅବସ୍ଥାରେ ବାସିନ୍ଦା ।