ପ୍ରଶାସନର ତାଗିଦକୁ ମାନୁନାହାନ୍ତି ପୂଜାକମିିଟି: ଡିଜେ ଶବ୍ଦ ନେଲା ଜୀବନ

582

କନକ ବ୍ୟୁରୋ: ଡିଜେ ଶବ୍ଦରେ ଜୀବନ ଗଲା । ଏପରି ଅଭିଯୋଗ ଆସିଛି ରାଉରକେଲାରୁ । ସରସ୍ୱତୀ ପୂଜା ଭସାଣ ସମୟର ବିକଟାଳ ଡିଜେ ଶବ୍ଦ ଶୁଣି ଅସ୍ତବ୍ୟସ୍ତ ହୋଇଯାଇଥିଲେ ପ୍ରେମନାଥ । ହଠାତ ଦେହ ଖରାପ ହୋଇଯିବାରୁ ତାଙ୍କ ୁହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ବାରମ୍ବାର ଏପରି ଖବର ସାମ୍ନାକୁ ଆସିବା ପରେ ଅଭିଯୋଗ ହେଉଛି ସରକାର ଓ ପ୍ରଶାସନର ଗାଇଡଲାଇନ୍ ମାନୁ ନାହାନ୍ତି ବିଭିନ୍ନ ସଂଗଠନ ।

ଚାଲିଥଲା ସରସ୍ୱତୀ ପୂଜା ଭସାଣ ଉତ୍ସବ । ଡିଜେ ବାଜୁଥିଲା । ନାଚ ଜମୁଥିଲା । କିନ୍ୁ ଡିଜେର ଏହି ବିକଟାଳ ଶଦ୍ଦ ଯେ ଲୋକଙ୍କ ଜୀବନ ପ୍ରତି ବିପଦ ଆଣୁଛି ଏହା କେହି ବି ଜାଣିନଥିଲେ । ଶୁକ୍ରବାରଦିନ ରାଉରକେଲା ଏସଟିଆଇ ଛକ ଗଣେଶ ମାର୍କେଟ ପକ୍ଷରୁ ସରସ୍ୱତୀ ପୂଜା ଭସାଣ ଚାଲିଥିଲା । ତେବେ ଡିଜେର ବିକଟାଳ ଶଦ୍ଦ ଓ ବାଣଫୁଟା ଶଦ୍ଦରେ ୫୫ ବର୍ଷୀୟ ପ୍ରେମନାଥ ବାରଭୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡିଜେ ଶଦ୍ଦରେ ସେ ଗୁରୁତର ହୋଇଥିଲେ । ପରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପ୍ରେମନାଥ ଏକ ଚା ଦୋକାନ କରିଥିଲେ । ବର୍ତମାନ ଘରର ମୁରବୀଙ୍କ ମୃତ୍ୟୁରେ ବେସାହାରା ହୋଇପଡିଛନ୍ତି ପରିବାର ।

ଆୟୋଜକ କମିଟି ଭଦ୍ରକରୁ ଭଡାରେ ଡିଜେ ଆଣିଥିଲେ । ପ୍ରେମନାଥଙ୍କ ମୃତ୍ୟୁ ପରେ ଏସଟିଆଇ ଓ ଆଖପାଖ ଅଂଚଳର ଅନେକ ଲୋକ ରଘୁନାଥପାଲ୍ଲୀ ଥାନା ଘେରାଉ କରିଥିଲେ । ଡିଜେକୁ ଜବତ କରିବା ସହ ପୂଜା କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ପୁଲିସ ଭଦ୍ରକରୁ ଆସିଥିବା ଡିଜେକୁ ଜବତ କରିବା ସହ ତଦନ୍ତ ଚଳାଇଛି । ତେବେ ବିଭିନ୍ନ ରୋଗ ଓ ମାନସିକ ଭାବେ ଦୁର୍ବଳ ବ୍ୟକ୍ତି ଏଭଳି ଉଚ୍ଚ ଶଦ୍ଦ କରୁଥିବା ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ପୂଜାକମିଟି ଗୁଡିକର ଭସାଣି ଉତ୍ସବବେଳେ ଡିଜେ ଶଦ୍ଦ ସ୍ଥାନୀୟ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ପ୍ରଶାସନର ତାଗିଦ ସତ୍ୱେ ଏହାକୁ କେହି ମାନୁନାହାନ୍ତି । ଫଳରେ ଡିଜେ ଶଦ୍ଦରେ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ ବାରମ୍ବାର ହୋଇଆସୁଛି ।