କ୍ରିକେଟ ଜଗତରେ ଶୋକର ଛାୟା । ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନଙ୍କ ୯୫ ବର୍ଷ ବୟସରେ ନିଧନ

1,490

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ଦତ୍ତାଜିରାବ ଗାଏକୱାଡଙ୍କର ମଙ୍ଗଳବାର ଦିନ ମୃତ୍ୟୁ ହୋଇଛି । ବଡୋଦାରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଏନେଇ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ଇରଫାନ ଫଠାନ ସୂଚନା ଦେଇଛନ୍ତି । ଗାଏକୱାଡ ତାଙ୍କର ପ୍ରାରମ୍ଭିକ କ୍ରିକେଟ ଜୀବନ ବମ୍ବେ ବିଶ୍ୱବିଦ୍ୟାଳୟ ଓ ବଡୋଦା ମହାରାଜ ସୟାଜୀ ବିଶ୍ୱବିଦ୍ୟାଳୟ ପାଇଁ ଖେଳିଥିଲେ । ସେ ୧୯୫୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଟିମରେ ଡେବ୍ୟୁ କରିଥିଲେ ।

ପିଟିଆଇ ସୂଚନା ମୁତାବକ ସେ ଗତ ୧୨ ଦିନ ଧରି ବଡୋଦାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ଅଂଶୁମାନ ଗାଏକୱାଡଙ୍କର ବାପା ଥିଲେ ଦତ୍ତାଜିରାବ ଗାଏକୱାଡ ।

ଗାଏକୱାଡ ଭାରତୀୟ ଟିମ ପାଇଁ ୧୧ ଟି ଟେଷ୍ଟ ଖେଳି ୩୫୦ ରନ କରିଥିଲେ । ୧୯୫୨ ମସିହାରେ ସେ ଭାରତୀୟ ଟିମରେ ଯୋଗ ଦେଇଥିଲେ । ୧୯୫୯ ମସିହାରେ ଭାରତୀୟ ଟିମର କ୍ୟାପଟେନ ହୋଇଥିଲେ ।