କେନ୍ଦ୍ରାପଡ଼ା ରାଜନଗରରେ ଚାଞ୍ଚଲ୍ୟ । ଘର ଛାତରୁ ଝୁଲନ୍ତା ଅବସ୍ଥାରେ ବାପାଙ୍କ ମୃତଦେହ ଉଦ୍ଧାର ,ବନ୍ଦ ଘରେ ପଡ଼ିଛି ମା ଓ ପୁଅଙ୍କ ମୃତଦେହ ।

261

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ରାଜନଗର ବ୍ଲକ ରାଜେନ୍ଦ୍ରନଗର ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ । ବାପା, ମାଆ ଓ ପୁଅର ମୃତ୍ୟୁ ହୋଇଛି । ବାପାଙ୍କ ମୃତଦେହ ଘର ଛାତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେହିପରି ବନ୍ଦ ଘରୁ ମା’ ଓ ପୁଅର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି, ଶ୍ରୀଦାମ ମଣ୍ଡଳ, ଜୟନ୍ତୀ ମଣ୍ଡଳ ଓ ପରିକ୍ଷିତ ମଣ୍ଡଳ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । କାହିଁକି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ ।