ଅଙ୍ଗଦାନ କରି ଅମର ହେଲା କୁନି ପୁଅ । ବ୍ରେନ ଡେଡ୍ ଘୋଷଣା ପରେ ସୁବୋଜିତର ଶରୀର ଦାନ କଲେ ପରିବାର ଲୋକେ ।

1,073

କନକ ବ୍ୟୁରୋ: ଅଙ୍ଗଦାନ କରି ଅମର ହୋଇଗଲା ୮ ବର୍ଷର ସୁବୋଜିତ । ପୁଅର ମୃତ୍ୟୁ ପରେ ଶରୀର ଦାନ କଲେ ପରିବାର ଲୋକେ । ଭୁବନେଶ୍ୱର କଳ୍ପନା ଅଞ୍ଚଳର ତୃତୀୟ ଶ୍ରେଣୀ ଛାତ୍ର ସୁବୋଜିତ ମସ୍ତିଷ୍କ ରୋଗରେ ପୀଡ଼ିତ ହୋଇ ତିନି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ପରିବା ଲୋକ ପୁଅର ଅଙ୍ଗଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ ଅଙ୍ଗଦାନ ସମିତି ସହ ଯୋଗାଯୋଗ କରାଯାଇଥିଲା । ପରେ ଆପୋଲୋ ହସ୍ପିଟାଲରେ ଅଙ୍ଗଦାନ କରାଯାଇଛି ।