ରାଗିଲେ କ୍ୟାପଟେନ୍ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ : ବୋଲରଙ୍କୁ ଦେଲେ ଚେତାବନୀ; କହିଲେ …

1,346

କନକ ବ୍ୟୁରୋ : କ୍ୟାପଟେନ କୁଲ ଭାବେ ପରିଚିତ ଏମଏସ ଧୋନୀଙ୍କୁ ଆଇପିଏଲରେ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ସୋମବାର ଲକ୍ଷ୍ନୌ ସୁପଏଜାଏଣ୍ଟସ୍‌କୁ ୧୨ ରନରେ ହରାଇବା ପରେ ବି ଚେନ୍ନାଇ ବୋଲରଙ୍କୁ ଚେତାବନୀ ଦେଇଛନ୍ତି । ପ୍ରଥମେ ସିଏସ୍‌କେ ୭ ୱିକେଟ୍‌ ବିନିମୟରେ ୨୧୭ ରନ୍‌ କରିବା ପରେ ଏଲ୍‌ଏସ୍‌ଜିକୁ ୧୨ ରନ୍‌ରେ ମାତ୍‌ ଦେଇଥିଲା। କିନ୍ତୁ ସିଏସ୍‌କେ ଦ୍ରୁତ ବୋଲରମାନେ ପାଣି ଭଳି ରନ୍‌ ବ୍ୟୟ କରିଥିଲେ ।

ଦୀପକ ଚହର ସବୁଠୁ ମହଙ୍ଗା ବୋଲର ଭାବେ ୪ ଓଭରରେ ୫୫ ରନ୍‌ ଦେଇଥିଲେ। ସେହିପରି ଯୁବ ବୋଲର ତୁଷାର ଦେଶପାଣ୍ଡେ ଦୀଶାହୀନ ବୋଲିଂ କରିଥିଲା ବେଳେ ପୂର୍ଣ୍ଣ କୋଟାରୁ ୪୫ ରନ୍‌ ବ୍ୟୟ କରିଥିଲେ। ତେଣୁ ମ୍ୟାଚ୍‌ ପରବର୍ତ୍ତୀ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଯେତେବେଳେ ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ବିଷୟରେ ପଚରାଯାଇଥିଲା, ସେତେବେଳେ ତାଙ୍କର ପ୍ରତିଟି ଶବ୍ଦରେ ଚେତାବନୀ ରହୁଥିବା ସ୍ପଷ୍ଟ ବାରି ହୋଇପଡୁଥିଲା।

ଧୋନିଙ୍କ ମତରେ, ଦ୍ରୁତ ବୋଲିଂ କ୍ଷେତ୍ରରେ ଆମକୁ ଆହୁରି ଶାଣୀତ ହେବାକୁ ପଡ଼ିବ। ପରିସ୍ଥିତି ଅନୁଯାୟୀ ବୋଲିଂ କରିବାକୁ ହେବ । ପ୍ରତିପକ୍ଷର ବୋଲରମାନେ କ’ଣ କରୁଛନ୍ତି, କିପରି ବୋଲିଂ କରୁଛନ୍ତି, ତାହା ଉପରେ ଧ୍ୟାନ ଦେବାକୁ ହେବ । ସେହିପରି ଅଧିକ ନୋ ବଲ୍‌ ଓ ୱାଇଡ୍‌ ‌ଯେପରି ନପଡ଼େ ସେଥିପ୍ରତି ସେମାନଙ୍କୁ ଯତ୍ନବାନ ହେବାକୁ ପଡ଼ିବ। ନଚେତ୍‌ ସେମାନଙ୍କୁ ଅନ୍ୟ କୌଣସି ଅଧିନାୟକଙ୍କ ଅଧିନରେ ଖେଳିବାକୁ ପଡ଼ିବ ।

ଏହା ତାଙ୍କ ପାଇଁ ମୋର ଦ୍ବିତୀୟ ଚେତାବନୀ ଓ ଏହାପରେ ମୁଁ ଚାଲିଯିବି । ମ୍ୟାଚ୍‌ରେ ଆମେ ଯଦି ଏତେ ଅଧିକ ରନ୍‌ ବାହାର କରିପାରିଲୁ, ସେଥିପାଇଁ ପିଚ୍‌ର ସ୍ଥିତି ବହୁତ ଭଲ ଥିବା କହିପାରିବି ବୋଲି ଧୋନି ପ୍ରତିକ୍ରିୟା କହିଥିଲେ । ତେବେ ଏଥର ମ୍ୟାଚ ବେଳେ ପଡିଆରେ ଧୋନୀଙ୍କୁ ଆତ୍କମଣାତ୍ମକ ଶୈଳୀରେ ଦେଖିବାକୁ ମିଳୁଛି । ଆକ୍ରମଣାତ୍ମ ଢଙ୍ଗରେ ବ୍ୟାଟି କରିବା ବାଉଣ୍ଡ୍ରି ଉପରେ ଗୁରୁତ୍ୱ ଦେଉଛନ୍ତି ।