ବ୍ରେନ ଡେଡ ପରେ କିଡନୀ ଦାନ କଲେ ଛାତ୍ର । ଅନ୍ୟ ରୋଗୀଙ୍କ ଶରୀରରେ ହେବ ପ୍ରତିରୋପଣ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ

352

କନକ ବ୍ୟୁରୋ : ଆଖି ବୁଜିବା ପୂର୍ବରୁ ଅନ୍ୟ ଜଣଙ୍କୁ ବଂଚିବାର ରାହା ଦେଖାଇଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋର୍ଟ ଗାଁର ଯୁକ୍ତ ଦୁଇ ଛାତ୍ର ଓମ୍ ଶିବୁ । ବ୍ରେନ୍ ଟ୍ୟୁମରରେ ପୀଡ଼ିତ ହୋଇ ଦୀର୍ଘ ଦେଢ଼ ମାସ ଧରି କଟକ ଏସସିବିରେ ଚିକିତ୍ସା ହେବା ପରେ ଗତକାଲି ତାଙ୍କର ବ୍ରେନ ଡେଡ ହୋଇଥିଲା । ଏହା ପରେ ଓମ୍ ଶିବୁଙ୍କ ବାପା, ମା’ ଓ ପରିବାର ଲୋକ ତାଙ୍କର ଅଙ୍ଗଦାନ ପାଇଁ ନିଷ୍ପତି ନେଇଥିଲେ । ଆଜି ମୁତ୍ରରୋଗ ଶଲ୍ୟ ଚିକିତ୍ସା ଓ ବୃକକ ପ୍ରତ୍ୟାରୋପଣ ବିଭାଗରେ ତାଙ୍କର ଦୁଇଟି କିଡନୀକୁ ସଫଳତାର ସହ ବାହାର କରାଯାଇ ଅନ୍ୟ ଦୁଇ ବ୍ୟକ୍ତିଙ୍କ ଠାରେ ଲଗାଯିବା ପାଇଁ ବ୍ୟବସ୍ଥା ହୋଇଛି । ଗୋଟିଏ କିଡନୀ ଏସସିବିରେ ଓ ଅନ୍ୟଟି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଯିବ   । ଏହା ପରେ ଏସସିବି ମେଡିକାଲ ପକ୍ଷରୁ ଓମ୍ ଶିବୁଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହ ବିଦାୟ ଦିଆଯାଇଛି ।