ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମୋଡରେ ବଖାଣିଲେ ଓଡିଆ ଭାଷାର ଗାରିମା ।

252

କନକ ବ୍ୟୁରୋ: ଉଦଘାଟିତ ହୋଇଛି ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧର ଲୋକାର୍ପଣ । ଏହାକୁ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ବଖାଣିଛନ୍ତି ଓଡିଆ ଭାଷାର ଗାରିମା ।

ଏହି କ୍ରମରେ ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ତଥା ନିଜ ଲେଖନୀରେ ଏହାକୁ ସମୃଦ୍ଧ କରିଥିବା ଓଡିଶାର ବରପୁତ୍ରମାନଙ୍କୁ ମଧ୍ୟ ସ୍ମରଣ କରିଛନ୍ତି । ଫେବୃଆରୀ ୩ ତାରିଖରେ ଆୟୋଜିତ ହେବାକୁ ଯାଉଛି ଓଡିଆ ଭାଷା ସମ୍ମିଳନୀ,ଯାହା ସାରା ଓଡିଆ ଜାତି ପାଇଁ ଗୌରବର କଥା । ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ । ଏହାକୁ ଯେତେ ଅଧିକ ବ୍ୟବହାର କରିବା ଏହା ସେତେ ସମୃଦ୍ଧ ହେବ । ଏହି ଦିଗରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୩୦ କୋଟି ଟଙ୍କା ଖର୍ଚ୍ଚରେ ୯ ଏକର ଜାଗାରେ ନିର୍ମାଣ ହୋଇଛି । ୪ ବର୍ଷରେ ସରିଛି ଏହାର ନିର୍ମାଣକାମ । ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ୁଛନ୍ତି ୭୧ ଛାତ୍ରଛାତ୍ରୀ । ଏହାକୁ ଆହୁରି ବିସ୍ତୃତ କରିବାକୁ କାମ ଜାରି ରହିଛି ।