ପଂଜାବ ପଟିଆଲାରୁ ଆସିଲା ଚିନ୍ତାଜନକ ଖବର । ଏକ୍ସପାୟାର୍ଡ ଚକଲେଟ୍ ଖାଇ ରକ୍ତବାନ୍ତି କଲା ଦେଢ ବର୍ଷର ଶିଶୁ

149

କନକ ବ୍ୟୁରୋ : ଏକ୍ସପାୟାର୍ଡ ଚକଲେଟ୍ ଖାଇ ରକ୍ତ ବାନ୍ତି କଲା ଦେଢ ବର୍ଷର କୁନି ଝିଅ । ଏଭଳି ଏକ ଚିନ୍ତାଜନକ ଖବର ଆସିଛି ପଂଜାବ ପଟିଆଲାରୁ । ଗତକାଲି ଦେଢ ବର୍ଷର ଶିଶୁ କନ୍ୟା ଚକଲେଟ୍ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲା ଏବଂ ରକ୍ତବାନ୍ତି କରିଥିଲା । ପରିବାର ଲୋକ ତୁରନ୍ତ ଶିଶୁକୁ ଡାକ୍ତରଖାନାରେ ଭର୍ତି କରିଥିଲେ । ପରେ ଜଣାପଡିଥିଲା, ଚକଲେଟଟି ଏକ୍ସପାୟାର୍ଡ ହୋଇ ସାରିଛି । ଏହାକୁ ନେଇ ଉତ୍ୟକ୍ତ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ । ଯାହାପରେ ଉକ୍ତ ଦୋକାନରେ ଚଢଉ ହୋଇଥିଲା । କୋଲ୍ଡଡ୍ରିଙ୍ଗସ୍, ଚକଲେଟ୍, ପ୍ରୋଟିନ୍ ପାଉଡର, ବିସ୍କୁଟ୍ ଭଳି ଅନେକ ଏକ୍ସପାୟାର୍ଡ ଖାଦ୍ୟ ସାମଗ୍ରୀ ସେହି ଦୋକାନରେ ଥିବା ଚଢାଉ ପରେ ଜଣାପଡିଥିଲା । ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ଏବେ ବି ଗୁରୁତର ଥିବା ଜଣାପଡିଛି । ସେପଟେ ଶିଶୁଙ୍କୁ ଚକଲେଟ୍, ବିସ୍କୁଟ୍, ଚିପ୍ସ ଭଳି ଖାଦ୍ୟ ଠାରୁ ଦୁରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ ।