ଭୋଟ ପାଇଁ ଦୀପ ଜାଳି ଶପଥ ନେଲେ ବିଜେଡି କର୍ମୀ । ନିଆଳି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କ ଉପସ୍ଥିତିରେ ନେଲେ ଶପଥ

81

କନକ ବ୍ୟୁରୋ : ଦୀପ ଜାଳିଲେ ଶପଥ ନେଲେ । କର୍ମୀ ସମ୍ମିଳନୀକୁ ଏକ ନିଆରା ଢଙ୍ଗରେ ପାଳନ କରିଛି ବିଜେଡି । ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ମାଧବାନନ୍ଦଜୀଉ ପୀଠରେ ଶହ ଶହ ବିଜେଡି କର୍ମୀ ହାତରେ ବିଜେଡି ପତାକା ଧରି ଦୀପ ଜାଳି ଶପଥ ନେଲେ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବ ପଂଚାୟତରେ ପଂଚାୟତସ୍ଥରୀୟ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନି ଏକ ନିଆରା ଢଙ୍ଗରେ ପାଳନ ହୋଇଯାଇଛି । ଦିନରେ ପ୍ରଚଣ୍ଡ ଖରା ହେଉଥିବାରୁ ବିଜେଡି ରାତିରେ କରୁଛି କର୍ମୀ ସମ୍ମିଳନି । ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକକୁ ଦ୍ୱିତୀୟ ଥର ପାଇଁ ଏବଂ ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ଚତୁର୍ଥ ଥର ପାଇଁ ନିର୍ବାଚିତ କରାଇବା ପାଇଁ ଜୋରଦାର ପ୍ରଚାର କରିବେ ବୋଲି ଶପଥ ନେଇଛନ୍ତି କର୍ମୀ ।