ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ବିରୋଧରେ ଭାରତ ସରକାରଙ୍କ ବଡ ନିଷ୍ପତି । ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କଲା ଭାରତ

186

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଗୋଲଡୀ ବ୍ରାର୍କୁ ଆତଙ୍କବାଦୀ ଘୋଷଣା କଲା ଭାରତ । କାନାଡ଼ାରେ ରହି ଭାରତ ବିରୋଧୀ ଗତିବିଧି କରୁଥିବା ଗୋଲଡୀକୁ ସୋମବାର ଆତଙ୍କୀଭାବେ ଭାରତ ସରକାର ଘୋଷଣା କରିଛନ୍ତି । ଗତବର୍ଷ ଅର୍ନ୍ତଜାତୀୟ ଆତଙ୍କୀ ସଂଗଠନ ବବର ଖାଲସା ସହିତ ସମ୍ପର୍କ ଅଭିଯୋଗ ଆଣି ଭାରତ ସରକାର ଗୋଲଡିକୁ ଆତଙ୍କୀଭାବେ ଘୋଷଣା କରିଛନ୍ତି । ଲୋକପ୍ରିୟ ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ପଛରେ ମଧ୍ୟ ଗୋଲଡୀ ଓ ତା ସହଯୋଗୀଙ୍କ ହାତ ରହିଥିଲା । ଗୋଲଡୀର ଇସାରାରେ ବିଷ୍ନୋଇ ଗ୍ୟାଙ୍ଗ ସିଦ୍ଦୁଙ୍କୁ ହତ୍ୟା କରିଥିଲେ । ଗୋଲଡିର ପ୍ରକୃତ ନା ସତିନ୍ଦର ସିଂ । ୨୦୨୧ରେ ଭାରତ ଛାଡି କାନାଡା ଯିବା ପରେ ଆତଙ୍କୀ ଗତିବିଧି ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅଭିଯୋଗ ରହିଛି । ଭାରତ ସରକାର ୨୫ଜଣ ଗ୍ୟାଙ୍ଗଷ୍ଟରଙ୍କୁ ଏନେଇ ଏକ ତାଲିକା ଜାରି କରିଛନ୍ତି । ଆଗାମୀ ଦିନରେ ଏମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛନ୍ତି ଭାରତ ସରକାର । ପଂଜାବ, ହରିଆଣା, ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ଗ୍ୟାଙ୍ଗଷ୍ଟରଙ୍କ ନାଁ ଏହି ତାଲିକାରେ ରହିଛି ।