କ୍ୟାପିଟାଲ ହସ୍ପିଟାଲରେ ମନ୍ମଥ ରାଉତରାୟ । ପଚାରି ବୁଝିଲେ ରୋଗୀଙ୍କ ସମସ୍ୟା ।

191

କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ପହଞ୍ଚିି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ପୂଜା କରିଛନ୍ତି ଭୁବନେଶ୍ୱରର ବିଜେଡିର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ସାଂସଦ ହେଲେ ଲିଙ୍ଗରାଜ ମନ୍ଦିର ଆକ୍ଟ ପାଇଁ ସଂସଦରେ ପ୍ରସ୍ତାବ ରଖିବେ ବୋଲି ମନ୍ମଥ କହିଛନ୍ତି । ଏପରି କହି ସେ ପରୋକ୍ଷରେ ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀକୁ ଟାର୍ଗେଟ କରିଛନ୍ତି । ଯିଏ ୫ ବର୍ଷ ଧରି ଜିତିକି ଆସିଛନ୍ତି ସେ ଲିଙ୍ଗରାଜ ମନ୍ଦିର ଉପରେ ଆଙ୍ଗୁଠି ଉଠାଇଛନ୍ତି, ସେ ଠାକୁରଙ୍କ ବିକାଶରେ ବାଧକ ସାଜିଛନ୍ତି ବୋଲି ମନ୍ମଥ କହିଛନ୍ତି । ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ସହ କ୍ୟାପିଟାଲ ହସ୍ପିଟାଲ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହ ସୁବିଧା ଅସୁବିଧା ପଚାରି ବୁଝିିଛନ୍ତି ମନ୍ମଥ ରାଉତରାୟ ।