ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ହାତ ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ତୁଙ୍ଗ ନେତା ଅଶୋକ ଚୌହାନ

193

କନକ ବ୍ୟୁରୋ: ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସକୁ ଝଟକା । ଲୋକସଭା ନିର୍ବାଚନ ପୂର୍ବରୁ ହାତ ଛାଡିଲେ ତୁଙ୍ଗ ନେତା ଅଶୋକ ଚୌହାନ । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ମୁଖ୍ୟ ନାନା ପାଟୋଲଙ୍କୁ ଇସ୍ତଫା ଦେଇଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । କିଛି ଦିନ ହେବ ଦଳର କାର୍ଯ୍ୟନୀତିକୁ ନେଇ ଅଶୋକ ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ଏପରିକ ଦଳର ହାଇକମାଣ୍ଡଙ୍କୁ ଭେଟି ସମସ୍ୟା ବାବଦରେ ଜଣାଥିଲେ । ସେପଟେ ଚର୍ଚ୍ଚା ହେଉଛି ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ଅଶୋକ ଚୌହାନ ଓ ତାଙ୍କୁ ରାଜ୍ୟସଭାକୁ ପଠାଇପାରେ ଦଳ । କିଛି ଦିନ ପରେ ପ୍ରଦେଶ କଂଗ୍ରେସରୁ ଆଉ ୧୦ରୁ ୧୨ ନେତା, ବିଧାୟକ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି । ନିକଟରେ ଅନ୍ୟ ଦୁଇ ଚର୍ଚ୍ଚିତ ଚେହେରା ବାବା ସିଦିକି ଓ ମିଳିନ୍ଦ ଦେଓରା ମଧ୍ୟ କଂଗ୍ରେସ ଛାଡିଥିଲେ ।