ରାଗିଗଲେ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା । ଶ୍ୱଶୁରଙ୍କ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ରାଗିଗଲେ

148

କନକ ବ୍ୟୁରୋ: ରାଗିଗଲେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ରିବାବା ଜାଡେଜା । ପାରିବାରିକ କଳହକୁ ନେଇ ପ୍ରଶ୍ନ ପଚାରାଯିବାରୁ ରାଗିଯାଇଥିଲେ ରିବାବା । ଏକ କାର୍ଯ୍ୟକ୍ରମରେ ଶ୍ୱଶୁର ଅନିରୁଦ୍ଧ ଜାଡେଜା ଓ ତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧକୁ ନେଇ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ଦେବା ବଦଳରେ ରାଗିଯାଇଥିଲେ ରିବାବା ଓ କହିଥିଲେ ଏଭଳି ପ୍ରଶ୍ନର ଉତ୍ତର ପାଇଁ ତାଙ୍କ ସହ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରାଯାଉ । ଜନତାଙ୍କ କାର୍ଯ୍ୟକ୍ରମରେ ଏଭଳି ପ୍ରଶ୍ନ ଆଦୌ ଗ୍ରହଣୀୟ ନୁହେଁ । କିଛି ଦିନ ହେବ ପଦାରେ ପଡୁଛି ଜାଡେଜା ପରିବାର ଭିତିରି କନ୍ଦଳ । କ୍ରିକେଟର ରବିନ୍ଦ୍ର ଜାଡେଜା, ପତ୍ନୀ ତଥା ବିଜେପି ସାଂସଦ ରିବାବା ଜାଡେଜା ଓ ବାପା ଅନିରୁଦ୍ଧ ଜାଜେଡାଙ୍କ ମଧ୍ୟରେ ବାକଯୁଦ୍ଧ ଚାଲିଛି । ବୋହୁ ରିବାବା ଉପରେ ଘର ଭାଙ୍ଗିବା, ପରିବାରଠୁ ରବିନ୍ଦ୍ର ଜାଡେଜାଙ୍କୁ ଦୂର କରିବା ଅଭିଯୋଗ ଆଣିଥିଲେ ଅନିରୁଦ୍ଧ । ଏହାକୁ ନେଇ କିଛି ଦିନ ହେବ ବିଭିନ୍ନ ବୟାନବାଜୀ ଚାଲିଛି ।