ଭାରତୀୟ କୂଟନୀତିର ବଡ ବିଜୟ । ଗୁପ୍ତଚର ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୮ ଭାରତୀୟଙ୍କୁ ମୁକ୍ତ କଲା କାତାର

706

କନକ ବ୍ୟୁରୋ: ୧୮ମାସର ଅପେକ୍ଷା ଶେଷ ହୋଇଛି । କାତାର ଜେଲରୁ ମୁକୁଳିଛନ୍ତି ୮ଜଣ ଭାରତୀୟ । ଗୁପ୍ତଚର ସହେନ୍ଦରେ ଗିରଫ ପରେ ଏମାନଙ୍କୁ କାତାର କୋର୍ଟ ଫାଶୀଦଣ୍ଡାଦେଶ ଶୁଣାଇଥିଲେ । ତେବେ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀ ଜେଲରୁ ମୁକୁଳିବା ସହ ସ୍ୱଦେଶ ଫେରିଛନ୍ତି ।

  • କୁଟନୀତିରେ ଭାରତର ବଡ଼ ବିଜୟ
  • ସ୍ୱଦେଶ ଫେରିଲେ ୮ଜଣ ଭାରତୀୟ
  • କାତାରରୁ ଜେଲରୁ ମୁକୁଳିଲେ ପୂର୍ବତନ ସେନାଧିକାରୀ

ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀ କାତାରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗୁପ୍ତଚର ସନ୍ଦେହରେ ୨୦୨୩ ଅଗଷ୍ଟରେ ଗିରଫ ହୋଇଥିଲେ । ୨୦୨୩ ଅକ୍ଟୋବର ୨୬ରେ କାତାର ଏକ କୋର୍ଟ ସମସ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କ ମୃତ୍ୟୁ ଦଣ୍ଡାଦେଶକୁ ପ୍ରଥମେ କୋହଳ କରାଯାଇଥିଲା । ୧୮ମାସ ଧରି ଜେଲରେ ରହିବାପରେ ସମସ୍ତ ୮ଜଣ ମୁକୁଳି ଭାରତ ଫେରିଛନ୍ତି । ଗିରଫଙ୍କ ମଧ୍ୟରେ ଥିଲେ ନବତୋଜ ସିଂ ଗିଲ, ସୌରଭ ଭାସିସ୍ତ, ପୂର୍ଣ୍ଣେନ୍ଦୁ ତିୱାରୀ, ବିରେନ୍ଦ୍ର କୁମାର ବର୍ମା, ସୁଗୁନାକୀ ପାକଲା, ସଂଜୀବ ଗୁପ୍ତା, ଅମିତ ନାଗପାଲ, ରାଗେଶ ।

କାତାରର ନିଷ୍ପତିକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ଭାରତ ସରକାର । ଭାରତ ସରକାର ଗମ୍ଭୀରତା ସହ ମାମଲାରେ ହସ୍ତକ୍ଷେପ ନକରିଥିଲେ ମୁକୁଳିବା ଅସମ୍ଭବ ଥିଲା ବୋଲି କହିଛନ୍ତି ମୁକ୍ତ ପାଇଥିବା ଭାରତୀୟ ।