କେନ୍ଦୁଝର କଣ୍ଡରାପଶି ଗାଁବନ୍ଧରେ ୧୦ଟିକିଆ ହାତୀପଲ୍ଲ । ହଜି ଯାଇଥିବା ଛୁଆ ହାତୀକୁ ଖୋଜୁଛନ୍ତି ହାତୀ ।

77

କନକ ବ୍ୟୁରୋ: ଛୁଆ ହାତୀକୁ ଖୋଜି ଖୋଜି ତୁଳସୀପୁରରେ ପହଂଚିଲେ ହାତୀ ପଲ । ଛୁଆ ହାତୀ ନିଖୋଜ ହେବା ପରେ ପ୍ରାୟ ୧୦ ହାତୀ କେନ୍ଦୁଝର ସଦର ବ୍ଲକ କଣ୍ଡରାପଶି ଗ୍ରାମ ନିକଟ ଥିବା ବନ୍ଧରେ ପଶିଥିବା ଦେଖିବାକୁ ମିଳିଛି । ଗତ ରାତିରେ ହାତୀଗୁଡ଼ିକ ଗ୍ରାମ ଭିତରକୁ ପଶିବାକୁ ପ୍ରୟାସ କରିଥିଲେ । କିନ୍ତୁ ବନ୍ଧ ପାଖରେ ହାତୀପଲ ଫସି ରହିଯାଇଥିଲେ । ହାତୀପଲକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଚାଷ ସହ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ହାତୀଙ୍କୁ ତୁରନ୍ତ ଘଉଡ଼ାଇବା ପାଇଁ ଦାବି ହୋଇଛି । ସେପଟେ ହାତୀଙ୍କୁ ସୁରକ୍ଷା ଦେବାକୁ ଜଗି ରହିଛି ବନ ବିଭାଗ ଓ ପୁଲିସ ।