ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିପାରେ ଲମ୍ବା ସମୟ । ପ୍ଲାଜମା କଟରରେ କଟା ଚାଲିଛି ଭାଙ୍ଗିଯାଇଥିବା ଅଗର ମେସିନ ।

217

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିପାରେ ଲମ୍ବା ସମୟ । କାରଣ ଉଦ୍ଧାର କାର୍ଯ୍ୟରେ ଗୋଟିଏ ପରେ ଗୋଟିଏ ବାଧା ଉପୁଜିବାରେ ଲାଗିଛି । ଭାଙ୍ଗିଯାଇଥିବା ଅଗର ମେସିନକୁ ପାଇପରୁ ବାହାର କରିବାରେ ପ୍ଲାଜମା କଟରର ସହାୟତା ନିଆଯାଇଛି । ଉଦ୍ଧାରକାରୀ ଦଳ ପ୍ଲାଜମା ମେସିନକୁ ନେଇ ଭିତରକୁ ଯାଇ ଏହି କାମରେ ଲାଗିଛନ୍ତି ।

ଅଗର ମେସିନକୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯିବା ପରେ ଭିତରକୁ ଯାଇ ସ୍ଥିତି ସମ୍ପର୍କରେ ଅଧିକ ଜାଣି ହେବ ବୋଲି କହିଛନ୍ତି ଅଷ୍ଟ୍ରେଲିଆରୁ ଆସିଥିବା ଟନେଲ ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିକ୍ସ । ସେପଟେ ଭର୍ଟିକାଲ ଡ୍ରିଲିଂ କରି ଶ୍ରମିକଙ୍କ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି କାମ । ଶନିବାର ଖନନ ସମୟରେ ଆମେରିକାରୁ ଆସିଥିବା ଅଗର ମେସିନର ବ୍ଲେଡ ଭାଂଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ସୁଡ଼ଙ୍ଗରେ ସମସ୍ତ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି । ଅଗର ମେସିନ ଫେଲ ମାରିବା ପରେ ଏବେ ପାହାଡ଼ର ଉପର ପଟୁ ଡ୍ରିଲିଂ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ବାଛିଛି ଉଦ୍ଧାରକାରୀ ଦଳ । ଭର୍ଟିକାଲ ଡ୍ରିଲିଂ ମେସିନ ପହଂଚିବା ପରେ ଡ୍ରିଲିଂ ଆରମ୍ଭ ହୋଇଛି । ତେବେ ହାତରେ ପାହାଡ କାଟିବା ଉପରେ ବି ଗୁରୁତ୍ୱ ଦିଆଯାଉଛି ।