ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିି ପ୍ରତ୍ୟାହାର । ବିବାଦ ପରେ ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । ଗଠନ ହେବ ଆଦିବାସୀ ଭାଷା କମିଶନ ।

254

କନକ ବ୍ୟୁରୋ: ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିି ପ୍ରତ୍ୟାହାର । ବିବାଦ ପରେ ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । କ୍ୟାବିନେଟ୍ ବୈଠକରେ ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଛି । ଏହାସହ ଦୁଇଟି ବିଭାଗର ୫ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ଲାଗିଛି ।

ଲଘୁ, ବନଜାତ ଦ୍ରବ୍ୟ ଯୋଜନାରେ ଆଦିବାସୀଙ୍କ ଠାରୁ ଝୁଣା ଓ ମହୁ ଆଦି ଜଙ୍ଗଲ ଦ୍ରବ୍ୟ କିଣିବେ ସରକାର । ୧୧୯ଟି ଆଦିବାସୀ ବ୍ଲକରୁ ସଂଗୃହୀତ ହୋଇଥାଏ ଜଙ୍ଗଲଜାତ ଦ୍ରବ୍ୟ । ସେହିପରି ପ୍ରତି ବର୍ଷ ଏହାର ଏମଏସପି ନିର୍ଦ୍ଧାରଣ କରିବେ ରାଜ୍ୟ ସରକାର । ପି-ପାସ୍ ମାଧ୍ୟମରେ ଦିଆଯିବ ଅର୍ଥ । ବର୍ଷକୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ସେହିପରି ୧୪ଟି ଜିଲ୍ଲାରେ ବହୁ ସଂଖ୍ୟାରେ ବସବାସ କରୁଥିବା ଆଦିବାସୀ ଭାଷାର ସଂରକ୍ଷଣ ପାଇଁ କମିଶନ ଗଠନ ହେବ ।

୧୬୯ ଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ପକ୍ଷରୁ କେନ୍ଦ୍ରକୁ ସୁପାରିସ ମଧ୍ୟ କରାଯାଇଛି । ମୁଣ୍ଡାରୀ, କୁଇ, ସୌରା ଏବଂ ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରାଯାଇଛି । ଆଉ ଏହାରି ଭିତରେ ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର ।