୪୮ ଆସନରେ କାହାକୁ ପ୍ରାର୍ଥୀ କରିବ ବିଜେଡି । ଆଶାୟୀଙ୍କୁ ନେଇ ଅଙ୍କ କଷୁଛି ଦଳ ।

ଲବି ପାଇଁ ନବୀନ ନିବାସରେ ଭିଡ଼ ।

338

କନକ ବ୍ୟୁରୋ: ବିଜେଡି ୯୯ ବିଧାନସଭା ଓ ୨୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ସାରାରାଜ୍ୟର ନଜର ଅଟକିଛି ଅବଶିଷ୍ଟ ୪୮ ଆସନରୁ କାହାକୁ ପ୍ରାର୍ଥୀ କରିବ ଦଳ । ପ୍ରାର୍ଥୀ ଚୟନ ପାଇଁ ନବୀନ ନିବାସରୁ ଶଂଖ ଭବନ ପର୍ଯ୍ୟନ୍ତ ତୁହାକୁ ତୁହା ବୈଠକ ବସୁଛି । କାହାକୁ ଟିକେଟ ଦେଲେ ବିଜୟ ସମ୍ଭାବନା, ଅଧିକ ଅଛି, ତା ଉପରେ ଅଙ୍କ କଷୁଛନ୍ତି ନେତା । ତେବେ ସୂଚନା ଅନୁସାରେ ଅଧିକାଂଶ ଆସନରେ ପ୍ରାର୍ଥୀ ଚୂଡାନ୍ତ ହୋଇ ସାରିଛି । କିନ୍ତୁ ଆଉ କିଛି ଆସନରେ ପ୍ରାର୍ଥୀ ଚୟନ ପାଇଁ ଚାଲିଛି କସରତ । ..