କଂଗ୍ରେସକୁ ଆୟକର ବିଭାଗର ନୋଟିସ ପରେ ଦିଲ୍ଲୀରେ ଦଳର ଜୋରଦାର ବିକ୍ଷୋଭ: ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ

109

କନକ ବ୍ୟୁରୋ: କଂଗ୍ରେସକୁ ଆୟକର ବିଭାଗର ୧୮ଶହ କୋଟି ଟଙ୍କା ନୋଟିସ ମିଳିବା ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ଦଳ ବିକ୍ଷୋଭ କରିଛି । ଦିଲ୍ଲୀ, ସମେତ ବିଭିନ୍ନ ରାଜ୍ୟରେ ଯୁବ କଂଗ୍ରେସ ଜୋରଦାର ବିରୋଧପ୍ରଦର୍ଶନ କରିଛି । ଦଳ କହିଛି ୧୮ଶହ କୋଟିର ନୋଟିସ ମିଳିବା ପରେ ଦଳକୁ ଆଉ ଦୁଇଟଇ ନୋଟିସ ମିଳିଛି । ସେପଟେ ଆଇଟି ନୋଟିସ ମିଳିବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଚେତାବନୀ ଦେଇଥିଲେ । ଯେଉଁ ଦିନ ବିଜେପି ସରକାର ବଦଳିବ ସେଦିନ ଉଚିତ ଜବାବ ଦିଆଯିବ ବୋଲି କହିଥିଲେ ରାହୁଲ । ଏଥିସହ ସେ କହିଥିଲେ ତଦନ୍ତକାରୀ ସଂସ୍ଥାମାନଙ୍କ ମୁନମୁଖୀ କାର୍ଯ୍ୟାନୁଷ୍ଟାନକୁ ଏଭଳି ଜବାବ ଦିଆଯିବ କି ପୁଣିଥରେ ଯେପରି ସମାନ ଭୁଲ ଦୋହରାଇବେ ନାହିଁ ବୋଲି ଗତକାଲି ରାହୁଲ କହିଥିଲେ ।