ରାଷ୍ଟ୍ରପତି ଭବନରେ ଭାରତରତ୍ନ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ: ୪ଜଣଙ୍କ ଦିଆଗଲା ମରଣୋତ୍ତର ଭାରତରତ୍ନ ସମ୍ମାନ

63

କନକ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଭାରତରତ୍ନ ପ୍ରଦାନ ସମାରୋହ କାର୍ଯ୍ୟକ୍ରମ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ, ବିଶିଷ୍ଟ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନ ଏବଂ କର୍ପୂରୀ ଠାକୁରଙ୍କୁ ମରଣୋତର ଭାବେ ଭାରତରତ୍ନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର, ଦିବଗଂତ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ନାତି ଏବଂ କୃଷି ବୈଜ୍ଞାନିକ ସ୍ୱର୍ଗତ ଏମଏସ ସ୍ୱାମୀନାଥନଙ୍କ ସମ୍ପର୍କୀୟ ମାନେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଅସୁସ୍ଥତା କାରଣରୁ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାଣୀ ଅନୁପସ୍ଥିତ ରହିଥିଲେ । ରବିବାର ଦ୍ରୌପଦୀ ମୁର୍ମୁ ତାଙ୍କ ବାସଭବନକୁ ଯାଇ ଆଡ଼ଭାଣୀଙ୍କୁ ଭାରତରତ୍ନ ପ୍ରଦାନ କରିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ସାମିଲ ହୋଇଥିଲେ ।

ଚଳିତ ବର୍ଷ ୩ଟି ପର୍ଯ୍ୟାୟରେ ଭାରତରତ୍ନ ପ୍ରଦାନ ନେଇ ୫ଜଣ ନାଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ପିଭି ନରସିଂହ ରାଓ ଓ ଚୌଧୁରୀ ଚରଣ ସିଂହ, କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନ ଏବଂ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀଙ୍କୁ ଭାରତରତ୍ନ ଘୋଷଣା କରିବା ଗୌରବର ବିଷୟ ବୋଲି ମୋଦି କହିଛନ୍ତି । ଜେଡିୟୁ, ଆରଏଲଡି ଭଳି ଦଳ ଭାରତରତ୍ନ ପ୍ରଦାନ ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିବା ଏଥିରେ ରାଜନୈତିକ ଗନ୍ଧ ବାରିଛି ଇଣ୍ଡିଆ ମେଂଟ । ସ୍ୱାଧୀନତା ପରେ ବର୍ତମାନ ପର୍ଯ୍ୟନ୍ତ ମୋଟ ୫୩ ଜଣଙ୍କୁ ମିଳି ସାରିଲାଣି ଭାରତ ରତ୍ନ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହା ହେଉଛି ସର୍ବୋଚ୍ଚ ବେସାମରିକ ସମ୍ମାନ ।