ମଞ୍ଚ ଉପରେ ଦୁଇ ହେଭିୱେଟ ନେତା ମୁହାଁମୁହିଁ । ବିଧାୟକ ତାରା ବାହିନୀପତି ଓ ରବି ନନ୍ଦଙ୍କ ଭିତରେ ଯୁକ୍ତିତର୍କ ପରେ ବଢିଲା ଉତ୍ତେଜନା ।

288

କନକ ବ୍ୟୁରୋ: ମଞ୍ଚରେ ଅଭିଯୋଗ ଓ ମଞ୍ଚରେ ହିଁ ଜବାବ । ମଞ୍ଚରେ ଜୟପୁର ବିଧାୟକ ତାରାବାହିନୀପତିଙ୍କୁ କଟାକ୍ଷ କଲେ ପୂର୍ବତନ ବିଧାୟକ ରବି ନନ୍ଦ । ଆଉ ମଞ୍ଚରେ ହିଁ ଜବାବ ଦେଲେ ତାରା । ଜୟପୁର ପୌରପାଳିକା ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଜୟପୁର ରାଜନଅର ଛକରେ ଆୟୋଜିତ କାର୍ଯ୍ୟକ୍ରମରେ ରବି ଓ ତାରାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ରବି ନନ୍ଦ ପ୍ରଥମେ ତାରାଙ୍କୁ କଟାକ୍ଷ କରିଥିଲେ । ଆଉ ଏହାର ଜବାବ ଦେଇଥିଲେ ତାରା । ବିଗତ ଦିନର ପ୍ରସଙ୍ଗ ଓଷ, ମାଉଁସ, ପାଉଁଶକୁ ନେଇ ରବି ତାରା କଥା କଟାକଟି ହୋଇଥିଲେ । ଏହାକୁ ନେଇ ମଞ୍ଚ ତଳେ ଉଭୟ ନେତାଙ୍କ ସମର୍ଥକ ପାଟିତୁଣ୍ଡ କରିବା ସହ ଜିନ୍ଦାବାଦ ମୁର୍ଦାବାଦ ନାରା ଦେଇଥିଲେ । ଫଳରେ ସଭାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଉପସ୍ଥିତ ପୋଲିସ ସମର୍ଥକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।