ଓଡିଶାରୁ ଅଯୋଧ୍ୟାକୁ ଯାଉଛି ଅହିଂସା ସିଲ୍କ ଖଣ୍ଡୁଆ ପାଟ ,ପରିଧାନ କରିବେ ରାମଲାଲା । ସମ୍ପୂର୍ଣ୍ଣ ନିଷ୍ଠା ଓ ବ୍ରତ ଧାରଣ କରି ପାଟ ପ୍ରସ୍ତୁତ କରିଛନ୍ତି ବୁଣାକାର ।

212

କନକ ବ୍ୟୁରୋ: ଓଡିଶାରୁ ରାମଲାଲାଙ୍କ ପାଇଁ ଅଯୋଧ୍ୟା ଯାଉଛି ଅହିଂସା ସିଲ୍କ ଖଣ୍ଡୁଆ ପାଟ । ଯାହାକୁ ରାମଲଲା ପରିଧାନ କରିବେ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଅହିଂସା ଖଣ୍ଡୁଆ ପାଟ ଧରି ଅଯୋଧ୍ୟା ବାହାରିଛନ୍ତି ଶ୍ରଦ୍ଧାଳୁ । ବ୍ରତ ଓ ବିଧି ପାଳନ ପୂର୍ବକ କଟକ ନୂଆପାଟଣାର ବୁଣାକାରମାନେ ଏହି ପାଟବସ୍ତ୍ରକୁ ପ୍ରସ୍ତୁତ କରିଛନ୍ତି ।

ଏହି ପାଟବସ୍ତ୍ର ବୁଣିବାକୁ ୧୧ ଜଣ କାରିଗରଙ୍କୁ ୧୫ ଦିନ ସମୟ ଲାଗିଥିଲା । ରାମଲାଲାଙ୍କ ପାଇଁ ଏହା ଓଡିଶାର ଲୋକଙ୍କ ଭକ୍ତିର ଅର୍ଘ୍ୟ ବୋଲି ରାମଭକ୍ତ କହିଛନ୍ତି । ଏହାପରେ ପ୍ରତିବର୍ଷ ଗୋଟିଏ ଦିନ ରାମଲଲା ଓଡିଶାର ଏହି ଅହିଂସା ଖଣ୍ଡୁଆ ପାଟ ପରିଧାନ କରିବେ, ତେଣୁ ପ୍ରତି ବର୍ଷ ଅହିଂସା ଖଣ୍ଡୁଆ ତିଆରି କରି ପଠାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା କହିଛନ୍ତି ।