ଗ୍ୟାସ ଫାଟି ୩ ଶିଶୁ ଜୀବନ୍ତ ଦଗ୍ଧ, ମା’ ଅବସ୍ଥା ଗୁରୁତର ।

2,256

କନକ ବ୍ୟୁରୋ: ରୋଷେଇ କରିବାକୁ ଗ୍ୟାସ ଲଗାଇବା ସମୟରେ ଅଘଟଣ । କିଛି ବୁଝିବା ଆଗରୁ ପୁରା ଘରେ ଲାଗିଗଲା ନିଆଁ । ଫଳରେ ୩ ଶିଶୁ ଜୀବନ୍ତ ପୋଡି ପ୍ରାଣ ହରାଇଥିବାବେଳେ ମହିଳା ଜଣକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଚେନ୍ନାଇ ନିକଟ ଚେଙ୍ଗଲପଟ୍ଟୁରେ ।

ସୂଚନା ମୁତାବକ, ପୀଡିତ ପରିବାର ବିହାରର ବାସିନ୍ଦା । କାମ ସନ୍ଧାନରେ ଆସି ଏମାନେ ଏହି ଅଞ୍ଚଳରେ ରହୁଥିଲେ । ମହିଳା ଜଣକ ଚେଙ୍ଗଲପଟ୍ଟୁ ରେଳ ଷ୍ଟେସନରେ ନିଜ ସ୍ୱାମୀଙ୍କଚୁ ଭେଟିବା ପରେ ୩ ପିଲାଙ୍କ ସହ ଘରକୁ ଫେରିଥିଲେ । ଏବଂ ରୋଷେଇ କରିବାକୁ ଗ୍ୟାସ ଚୁଲା ଲଗାଇଥିଲେ । ହେଲେ ସେ ନିଆଁ ପୁରା ଘରକୁ ବ୍ୟାପୀଯାଇଥିଲା । ଫଳରେ ଜୀବନ୍ତ ପୋଡିଯାଇଥିଲେ ୩ ପିଲା । ଏବଂ ମହିଳା ଗୁରୁତର ଭାବେ ।ପଡିଯାଇଥିବା ଜଣାପଡିଛି । ମହିଳାଙ୍କୁ ଚେଙ୍ଗଲପଟ୍ଟୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।