ମନମୋହନଙ୍କ ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ । କହିଲେ,ଓଡ଼ିଶାରେ ଏକାକୀ ଲଢ଼ିବ ବିଜେପି ।

104

କନକ ବ୍ୟୁରୋ: ବିଜେଡି ସହ ମେଣ୍ଟ ଖବରକୁ ପୁଣି ଖଣ୍ଡନ କଲେ ଆଉ ଜଣେ ବିଜେପି ନେତା । ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି ଯେ, ତାଂକ ଜାଣିବାରେ କୌଣସି ମେଂଟ ହେଉ ନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟ ନେତାଙ୍କ ସହ କଥା ହୋଇଛନ୍ତି, ହେଲେ ମେଂଟ ନେଇ କୌଣସି ଚର୍ଚ୍ଚା ହୋଇନଥିବା ସେ କହିଛନ୍ତି । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ । ୮୦ ଅଧିକ ବିଧାନସଭା ଓ ୧୬ ଲୋକସଭା ଆସନ ଜିତିବ ବୋଲି କହିଛନ୍ତି ବିଜୟ ପାଲ ସିଂ ତୋମାର ।

ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଂଟ ହେବ ନାହିଁ ବୋଲି କହିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେପଟେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ପ୍ରଥମ ପର୍ଯ୍ୟାୟରେ ଶହେ ଜଣଙ୍କ ନାଁ ଘୋଷଣା କରିପାରେ ଦଳ । ଏହି ତାଲିକାରେ ଓଡ଼ିଶାର କାହା ନାଁ ରହିଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।