ଗୋପାଳ ଦାସର ହେଲା ମାନସିକ ସ୍ଥିତି ଯାଞ୍ଚ । ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଗଲା ପାଇଖାନାରୁ ମିଳିଥିବା କାଗଜ ।

179

କନକ ବ୍ୟୁରୋ: ନବ ଦାସ ହତ୍ୟାକାଣ୍ଡର ଗୁମର ଖୋଲୁନଥିବାବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କ ଆଜି ମାନସିକ ସ୍ଥିତି ଯାଞ୍ଚ କରାଯାଇଛି । ଏହାଛଡା ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ମେଡିକାଲ ଟିମ ବି ଗଠନ ହୋଇଛି । ଆଉ ପାଇଖାନା ଟାଙ୍କିରୁ ମିଳିଥିବା କାଗଜ ଖଣ୍ଡକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଯାହାଫଳରେ ଖୁବଶୀଘ୍ର ନବ ଦାସ ମର୍ଡର ମିଷ୍ଟ୍ରୀର ଗୁମର ଖୋଲିବ ବୋଲି ଆଶା ପ୍ରକାଶ ପାଇଛି । ତେବେ ହତ୍ୟାକାଣ୍ଡର ବୁଢ଼ିଆଣୀ ଜାଲ ଯେତିକି ଖୋଲୁଛି, ସନ୍ଦେହର ମାୟାଜାଲରେ ସେତିକି ଛନ୍ଦି ହୋଇଯାଉଛି କ୍ରାଇମବ୍ରାଞ୍ଚ । ହତ୍ୟାର ପ୍ରକୃତ କାରଣ ଏବେ ବି ରହସ୍ୟ ଘେରରେ । ଏସବୁ ଭିତରେ ଗୋପାଳକୁ ଆହୁରି ୪ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ଜେଏଫଏମସି । ଅଭିଯୁକ୍ତର ବ୍ରହ୍ମପୁର ସ୍ଥିତ ଘରେ ଛାନଭିନ୍ କରିବା ପରେ ଏବେ ଆର୍ଥିକ କାରବାର ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଥ୍ୟ ସଂଗ୍ରହ କରୁଥିବା ଜଣାପଡିଛି । ସେପଟେ ତଦନ୍ତର ତଦାରଖ ପାଇଁ କ୍ରାଇମ୍ ସ୍ପଷ୍ଟକୁ ଯିବେ ଜଷ୍ଟିସ୍ ଜେପି ଦାସ ।