ପାରାଦୀପ ଶିଶୁ ବିକ୍ରି ଘଟଣାରେ ନୂଆ ମୋଡ଼। ଅଭିଯୋଗର ୨୪ ଘଣ୍ଟା ଭିତରେ ଉଦ୍ଧାର ହେଲା ନବଜାତ ଶିଶୁ।

52

କନକ ବ୍ୟୁରୋ : ପାରାଦୀପ ଶିଶୁ ବିକ୍ରି ଘଟଣାରେ ନୂଆ ମୋଡ଼। ଅଭିଯୋଗର ୨୪ ଘଣ୍ଟା ଭିତରେ ଉଦ୍ଧାର ହେଲା ବିକ୍ରି ହୋଇଥିବା ନବଜାତ ଶିଶୁ। ଉଦ୍ଧାର ଶିଶୁକୁ ପାରାଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ପୋଲିସ ଉପସ୍ଥିତିରେ ଚିକିତ୍ସା ଚାଲିଛି। ଜନ୍ମହେବାର ଦିନକ ପରେ ଶିଶୁ ବିକ୍ରି ଅଭିଯୋଗ ହୋଇଥିଲା। ୨୪ ଘଣ୍ଟା ଭିତରେ ଶିଶୁକୁ ହସ୍ତାନ୍ତର ନକଲେ ବନ୍ଧାହେବେ ବୋଲି ଦଲାଲ ସମ୍ପର୍କୀୟଙ୍କୁ ଚେତାବନୀ ଦେଇଥିଲେ ପ୍ରଶାସନ। ଜଗତସିଂହପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧିକାରୀ ପହଞ୍ଚିବା ପରେ ଶିଶୁକୁ ହସ୍ତାନ୍ତର କରାଯିବ। ଜନ୍ମଦାତ୍ରୀ ମାଆ ନିଜ ପିଲାକୁ ନେବ କି ନାହିଁ ସେ ନେଇ ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନାହିଁ। କାରଣ ଏବେବି ନବଜାତର ମାଆର କୌଣସି ପତ୍ତା ମିଳୁନାହିଁ। ସେହିପରି ଦଲାଲର ମଧ୍ୟ କୌଣସି ପତ୍ତା ମିଳୁନାହିଁ।