କନକ ବ୍ୟୁରୋ: ରଥଯାତ୍ରା ଅବସରରେ ଚାରିଆଡେ ଭକ୍ତିମୟ ପରିବେଶ ଥିବାବେଳେ ରାଜଧାନୀରେ କିନ୍ତୁ ଦେଖିବାକୁ ମିଳିଛି ଆତଙ୍କରାଜ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ଗୁଳିକାଣ୍ଡ ଘଟିବା ସହ ଭୀଷଣ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ବନ୍ଧୁକ, ଖଣ୍ଡା, ଭୁଜାଲି, ରଡ୍ ଭଳି ମାରଣାସ୍ତ୍ରରେ ସଜ୍ଜିତ ୧୫ରୁ ୨୦ ଦୁର୍ବୃତ୍ତ ଏକ ଖଟିରେ ଅତର୍କିତ ଆକ୍ରମଣ କରି ଆତଙ୍କ ଖେଳାଇଥିଲେ। ବ୍ଲାଙ୍କ୍ ଫାୟାରିଂ କରି ପୂରା ବସ୍ତିକୁ ଥରହର କରିଥିଲେ। ୨ଟି କାର୍ ଓ ୬/୭ଟି ବାଇକ୍ ଭାଙ୍ଗି ଚୂନା କରିଦେଇଥିଲେ। ବଡ଼ଗଡ଼ ଥାନା ପୋଲିସ ପହଞ୍ଚି ୨ ଜଣଙ୍କୁ କାବୁ କରିଛି ଏବଂ ଘଟଣାସ୍ଥଳରୁ କିଛି ଖୋକା ଜବତ କରିଛି। ଗଣ୍ଡଗୋଳର କାରଣ ଜଣାପଡ଼ିନାହିଁ। କିନ୍ତୁ କମେଣ୍ଟମରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ଭିତରେ ଏହି ଗଣ୍ଡଗୋଳ ଘଟିଛି ବୋଲି ସନ୍ଦେହ କରାଯାଉଛି। ଏହା ପଛରେ ରାଜନୈତିକ ଶତ୍ରୁତା ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି।
ପୁଣି ଅଶାନ୍ତ ରାଜଧାନୀ : ବଡ଼ଗଡ ଥାନା ଅଞ୍ଚଳରେ ଫୁଟିଲା ଗୁଳି, ବୁଲିଲା ଖଣ୍ଡା, ଅସାମାଜିକ ଯୁବକଙ୍କ ଆତଙ୍କରାଜ ।
/kanak/media/post_attachments/wp-content/uploads/2024/07/shooting1.jpg)