ମୋଦୀଙ୍କ ଶପଥ ପରେ ଉଛୁଳିଲା ସେୟାର ମାର୍କେଟ । ପ୍ରଥମ ଥର ପାଇଁ ସେନସେକ୍ସ ୭୭ ହଜାର ପାର୍ ।

197

କନକ ବ୍ୟୁରୋ: ଦେଶରେ ଏନଡିଏ ସରକାର ଆସିଯାଇଛି । ଏହାସହ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେୟାର ବଜାର ପୁଣି ଉଛୁଳିଛି । ଏଥର ସେୟାର ମାର୍କେଟ ଏଭଳି ଭାବେ ବଢିଛି ଯାହା ପୂର୍ବର ସବୁ ରେକର୍ଡକୁ ପାର କରିଛି । ସପ୍ତାହର ପ୍ରଥମ ଦିନରେ ମୁମ୍ବାଇର ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନ୍ସେକ୍ସ ୩୨୩.୬୪ ଅଙ୍କ ସହ ବୃଦ୍ଧି ପାଇଛି । ଏହା ପ୍ରଥମ ଥର ପାଇଁ ୭୭୦୦୦ ସ୍ତର ପାର କରିଛି, ଫଳରେ ନିବେଶକଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି ।

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ଇଣ୍ଡେକ୍ସ ମଧ୍ୟ ଭଲ ଅଗ୍ରଗତି କରିଛି । ଏହାର ୧୦୫ ନମ୍ବର ସହ ବଢିଛି । ଗତ ସପ୍ତାହରେ ଶେଷ ଦିନରେ ବିଏସଇ ର ସେନ୍ସେକ୍ସ ଓ ନିଫ୍ଟି ଜୋରଦାର ଅଭିବୃଦ୍ଧି ସହ ବନ୍ଦ ହୋଇଥିଲା ।