ଦିଲ୍ଲୀରୁ ଫେରିଲେ ସୁରେଶ ପୂଜାରୀ । କହିଲେ, କାଲି ପର୍ଯ୍ୟବେକ୍ଷକ ବାଛିବେ ମୁଖ୍ୟମନ୍ତ୍ରୀ, ଘୋଷଣାକୁ ଅପେକ୍ଷା କର ।

559

କନକ ବ୍ୟୁରୋ: ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ । ଏନେଇ ଜାରି ରହିଛି ସସ୍ପେନ୍ସ । ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ । ସୁରେଶ ପୂଜାରୀଙ୍କ ନାଁ ଚର୍ଚ୍ଚା ଭିତରେ ସେ ଆଜି ଦିଲ୍ଲୀରୁ ଫେରିଛନ୍ତି । ଭୁବନେଶ୍ୱରରେ ପହଂଚିବା ପରେ ସେ କହିଛନ୍ତି ଘୋଷଣାକୁ ଅପେକ୍ଷା କରନ୍ତୁ । ଦୁଇ ଜଣ କେନ୍ଦ୍ରୀୟ ନେତା ରାଜନାଥ ସିଂହ ଓ ଭୂପିନ୍ଦର ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତି ନିଆଯିବ । ବୈଠକର ନିଷ୍ପତିକୁ ଅପେକ୍ଷା କରିବାକୁ କହିଛନ୍ତି ସୁରେଶ ପୂଜାରୀ ।