ପଶ୍ଚିମବଙ୍ଗ ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ୫୫ ଦିନ ପରେ ଶାହାଜାହାନ୍ ଶେଖକୁ ଉଠାଇ ଆଣିଲା ପୋଲିସ । ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ

363

କନକ ବ୍ୟୁରୋ: ପଶ୍ଚିମବଙ୍ଗ ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ଟିଏମସି ନେତା ଶାହାଜାହାନ୍ ଶେଖକୁ ଗିରଫ କଲା ପୋଲିସ । ୫୫ ଦିନ ପରେ କୋଲକାତା ହାଇକୋର୍ଟର ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ପୋଲିସ ଶାହାଜାହାନକୁ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣାରୁ ପୋଲିସ ଶାହାଜାହାନକୁ ଉଠାଇ ଆଣିଛି । ଆଜି ଶାହାଜାହାନକୁ କୋର୍ଟରେ ହାଜର କରାଯିବ । ଶାହାଜାହାନ୍ ଟିଏମସିର ଜଣେ ପ୍ରଭାବଶାଳୀ ନେତା । ଗତ ଜାନୁଆରୀ ୫ ତାରିଖରେ ରାସନ ବଣ୍ଟନ ଦୁର୍ନୀତିରେ ପଚରାଉଚରା କରିବା ପାଇଁ ଶାହାଜାହାନଙ୍କ ଘରେ ପହଞ୍ଚିଥିଲା ଇଡି । ଏହି ସମୟରେ ଶାହାଜାହାନଙ୍କ କିଛି ସହଯୋଗୀ ଇଡି ଟିମ୍ ଉପରକୁ ଆକ୍ରମଣ କରିଥିଲେ । ଏହା ପରେ ଶାହାଜାହାନକୁ ପଚରାଉଚରା କରିବା ପାଇଁ ଇଡି ବାରମ୍ବାର ସମନ କରିଥିଲା । ହେଲେ ଇଡି ଅଧିକାରୀଙ୍କୁ ଆକ୍ରମଣ ପରେ ଫେରାର ହୋଇଯାଇଥିବା ଶାହାଜାହାନ୍ ହାଜର ହୋଇନଥିଲେ । ଏହା ପରେ ଶାହାଜାହାନ୍କୁ ଗିରଫ କରିବା ପାଇଁ ଗତ ସୋମବାର ଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆସନ୍ତା ୪ ତାରିଖ ସୁଦ୍ଧା ଗିରଫ କରି ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।