ଲାଞ୍ଚ ନେଇ ଧରାପଡିଲେ ଇଏସଆଇ ହସ୍ପିଟାଲର ବରିଷ୍ଠ କିରାଣୀ । ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ

220

କନକ ବ୍ୟୁରୋ: ଲାଞ୍ଚ ନେଇ ଧରାପଡିଲେ ଇଏସଆଇ ହସ୍ପିଟାଲର ବରିଷ୍ଠ କିରାଣୀ । ରାଉରକେଲା ଜେଲ ରୋଡରେ ଥିବା ଇଏସଆଇ ହସ୍ପିଟାଲର ବରିଷ୍ଠ କିରାଣୀ ଅଭିରାମ ସାହୁ ଲାଞ୍ଚ ନେଇ ଧରାପଡିଛନ୍ତି । ଜଣେ କର୍ମଚାରୀଙ୍କ ବିଲ୍ ପାସ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବ୍ୟକ୍ତି ଜଣଙ୍କ ଏ ନେଇ ଭିଜିଲାନ୍ସରେ ଜଣାଇଥିଲେ । ତେବେ ଯୋଜନା ଅନୁସାରେ, ଲାଞ୍ଚ ଦେବା ବେଳେ ଚଢାଉ କରିଥିଲେ ଭିଜିଲାନ୍ସ ଅଧିକାରୀ । ଟଙ୍କା ସହ ଅଭିରାମ ସାହୁଙ୍କୁ ଧରିବା ସହ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ।