ମାଲକାନଗିରି ଚାଲାଣଗୁଡାରୁ ୩୦ ଲକ୍ଷ ଟଙ୍କା ଜବତ  । ଗାଡି ଯାଞ୍ଚ ବେଳେ ଜବତ କଲା ଫ୍ଲାଇଂ ସ୍କ୍ୱାଡ୍ ଓ ପୋଲିସ୍  ।

204

କନକ ବ୍ୟୁରୋ: ଦାମୀ କାରରୁ ଜବତ ହେଲା ୩୦ ଲକ୍ଷ ଟଙ୍କା । ଯାଞ୍ଚବେଳେ ମୋଟ ଅଙ୍କର ନଗଦ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ ଓ ପୋଲିସ । ଓଡିଶା – ଛତିଶଗଡ ସୀମାରୁ ଆସିଛି ଏଭଳି ଖବର । ଚାଲାଣଗୁଡା ନିକଟରେ ଚେକିଂ କରାଯାଉଥିବାବେଳେ ୩୦ ଲକ୍ଷ ଟଙ୍କା ଜବତ କରାଯାଇଛି । କେନ୍ଦୁପତ୍ର ତୋଳାଳିଙ୍କୁ ଟଙ୍କା ପ୍ରଦାନ କରିବାକୁ ନେଉଥିବା କହିଲେ ବ୍ୟବସାୟୀ । ଦୁଇ ବ୍ୟବସାୟୀଙ୍କୁ ପଚରାଉଚୁରା କରି ଛାଡିଦେଇଥିବା ସୂଚନା ମିଳିଛି । ଏହାସହ ଜବତ ଟଙ୍କାକୁ ଆୟକର ଅଧିକାରୀଙ୍କୁ ହସ୍ତାନ୍ତର କରିବା ନେଇ ସୂଚନା ଦେଇଛନ୍ତି ।