ନିଆଁ ଉଜାଡିଦେଲା ସଜଡା ଘର । ପାଉଁଶ ଭିତରେ ବଞ୍ଚିବାର ରାହା ଖୋଜୁଛନ୍ତି ଅସହାୟ ସବିତା ।

57

କନକ ବ୍ୟୁରୋ: ନିଆଁ ଉଜାଡିଦେଲା ସଜଡା ଘର । ଜୀବନ ଜିଇଁବା ପାଇଁ ଯେଉଁ ଟିଣ କୁଡିଆଟି ନିର୍ମାଣ କରିଥିଲେ ତାହା ଆଖି ଆଗରେ ଜଳିପୋଡି ପାଉଁଶ ହୋଇଯାଇଛି । ସ୍ୱାମୀ ଦୂରେଇ ଯିବାର ଦୁଃଖ ମନରୁ ଲିଭିନଥିବା ବେଳେ ଆଉ ଏକ ଦୁଃଖ ମାଡିଆସିଛି ବାଲେଶ୍ୱର ଭୋଗରାଇ ବ୍ଳକ ନୂଆ ଗାଁର ସବିତା ସାହୁଙ୍କ ଜୀବନରେ ।

ପରିବାର କହିଲେ ଏକୁଟିଆ । ୧୫ ବର୍ଷ ତଳେ ସ୍ୱାମୀଙ୍କ ନିର୍ଯ୍ୟାତନା ସହି ନପାରି ବାପ ଘରକୁ ପଳାଇଆସିଥିଲେ ସବିତା । ଆଉ ପରିବାର ଲୋକେ ତାଙ୍କୁ ଏହି ସ୍ଥାନରେ ଥଇଥାନ କରାଇଥିଲେ । ସେବେଠୁ ନିଜେ ଖଟି ପେଟ ପୋଷୁଥିବା ବେଳେ ଦଇବ ସବିତାଙ୍କଠୁ ତାଙ୍କ ଘର ଛଡାଇନେଇଛି । ଚୁଲିରୁ ନିଆଁ ଲାଗି ଘର ପୋଡିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଇନାହିଁ । ଏବେ କିପରି ଜୀବନ ଜିଇଁବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ସବିତା ।