କେଜ୍ରିୱାଲଙ୍କ ପାଇଁ ଖୁସି ଖବର । ଆଉ ଯିବାକୁ ପଡିବନି କୋର୍ଟ . ଦେବାକୁ ପଡିବନି ହାଜିରା ।

560

 

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ ପରିସରକୁ ଆସିଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଏବେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ନାହିଁ। ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ୟୁଟ୍ୟୁବ ଭିଡିଓକୁ ରି-ଟୁଇଟ୍ କରିଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଶୁଣାଣି କରାଯାଇ କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ହାଜରରୁ ମୁକ୍ତ କରାଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର ହେବାରୁ ମୁକ୍ତି ମାଗିଥିଲେ, ଯାହା ଉପରେ କୋର୍ଟ ହାଜିରାରୁ ମୁକ୍ତି ଦେଇଛନ୍ତି । ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୯ରେ ରାଉଜ୍ ଆଭେନ୍ୟୁ କୋର୍ଟରେ ହେବ।