ମମତା କରିବେ ରଥଯାତ୍ରା । ଆସନ୍ତାବର୍ଷରୁ ଦୀଘାରେ ପାଳିତ ହେବ ରଥଯାତ୍ରା । ସୋସିଆଲ ମିଡ଼ିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।

742

କନକ ବ୍ୟୁରୋ: ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥଙ୍କ ଏକ ଟେମ୍ପଲ କମ୍ପ୍ଲେକ୍ସ ତିଆରି ହେବ। ଏନେଇ କାମ ଆରମ୍ଭ ହୋଇଯାଇଛି। ଏହାର ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପୂଜାର୍ଚ୍ଚନା ହେବ। ଏଠାରେ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହେବ। ଆସନ୍ତାବର୍ଷରୁ ଦୀଘାରେ ରଥଯାତ୍ରା ହେବ ବୋଲି ମମତା ନିଜ ସୋସିଆଲ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ମନ୍ଦିର ନିର୍ମାଣ କାମ ଆଗେଇ ଚାଲିଛି। କିଛି କାମ ସରିଲାଣି, ଆଉ କିଛି କାମ ବାକିଅଛି। ଏସବୁ କାମ ସରିବା ପରେ ଏଠାରେ ଆସନ୍ତାବର୍ଷରୁ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।