ବର୍ଷାରେ ଭିଜିବ ରଥଯାତ୍ରା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୭ ତାରିଖରେ ପୁରୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

206

କନକ ବ୍ୟୁରୋ : ବର୍ଷାରେ ଭିଜିବ ରଥଯାତ୍ରା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ୭ ଜୁଲାଇରେ ଗୋଟିଏ ଦୁଇଟି ସ୍ଥାନରେରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ଯାଏଁ ୧୯୧.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୨୫ ପ୍ରତିଶତ ନିଆଣ୍ଟିଆ ବର୍ଷାର ସ୍ଥିତି ରହିଛି। ରଥଯାତ୍ରା ଦିନ ପୁରୀରେ ହାଲୁକାରୁ ମଧ୍ୟମ ବର୍ଷା ରହିବ। ୭ ତାରିଖରେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷର ସମ୍ଭାବନା ରହିଛି। ଏଥିସହିତ ୯୦ ପ୍ରତିଶତରୁ ଅଧିକ ଗୁଳୁଗୁଳି ହେବ। ୮ ଜୁଲାଇରେ ପୁରୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଇଛି ।