ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟଯାତ୍ରା । ବେଲପାହାଡ଼ରେ ଜନସଭାକୁ ସମ୍ବୋଧନ କଲେ ରାହୁଲ । କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିଯିବେ ରାହୁଲ ।

100

କନକ ବ୍ୟୁରୋ: ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ତୃତୀୟ ଦିନ । ବେଲପାହାଡ଼ରେ ଜନସଭାକୁ ସମ୍ବୋଧନ କରିଛନ୍ତି ରାହୁଲ । ଝାରସୁଗୁଡ଼ା ପୁରୁଣା ବସ୍ଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ । ପ୍ରାୟ ଦୁଇ କିଲୋମିଟର ଯାତ୍ରା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚି ସେଠାରେ ବିଶ୍ରାମ ନେବେ । ଏହା ପରେ ରାହୁଲ ଗାନ୍ଧୀ ଦିଲ୍ଲୀ ଫେରିଯିବେ ।

ଲୋକସଭାରେ ପ୍ରଧାନମନ୍ତ୍ରୀ ରଖିଥିବା ଅଭିଭାଷଣ ଉପରେ ନିଜର ମତ ରଖିବେ ରାହୁଲ ଗାନ୍ଧୀ । ସେଥିପାଇଁ ଝାରସୁଗୁଡାରେ କାର୍ଯ୍ୟକ୍ରମ ଶୀଘ୍ର ସରିଯିବ ବୋଲି ସୂଚନା ମିଳିଛି । ତେବେ ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଥିବା ରାହୁଲ ଗାନ୍ଧୀ ଗତକାଲି ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।